ଭୁବନେଶ୍ୱର,୧୧/୦୨: ଗତ ଡିସେମ୍ବର ୩୧ ତାରିଖ ସୁଦ୍ଧା ଓଡ଼ିଶାରେ ୮୦୩ଟି ଜନଔଷଧି କେନ୍ଦ୍ର ଖୋଲିଛି । ସରକାରୀ ହସ୍ପିଟାଲ ପରିସରରେ ୨୧ଟି ଜନଔଷଧି କେନ୍ଦ୍ର ଅଛି ବୋଲି କେନ୍ଦ୍ର ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ରାଜ୍ୟସଭାରେ ଲିଖିତ ଉତ୍ତରରେ କହିଛନ୍ତି । ଔଷଧ ଓ ପ୍ରସାଧନ ସାମଗ୍ରୀ ଆଇନ ଅନୁସାରେ, ଜୀବନ ରକ୍ଷାକାରୀ ଔଷଧ ପାଇଁ ନିର୍ଦ୍ଧାରିତ ଭିତ୍ତିଭୂମି ଓ ସଂରକ୍ଷଣ ଆବଶ୍ୟକତା ପୂରଣ କରୁଥିବା ଏକ ସ୍ଥାୟୀ ସ୍ଥାନ ପାଇଁ ଖୁଚୁରା ଔଷଧ ବିକ୍ରୟ ଲାଇସେନ୍ସ ଦିଆଯାଉଛି ।
ଆହୁରି ପଢନ୍ତୁ-ଫେବ୍ରୁଆରୀ ୧୨ରୁ ରେଡିଓ ମେଳା, ପ୍ରଦର୍ଶିତ ହେବ ପୁରୁଣା ରେଡିଓରୁ ପ୍ରସାରଣ ସାମଗ୍ରୀ, ୱାକି ଟକି ମଡେଲ
ଏବେକାର ନିୟମ ଅନୁସାରେ ମୋବାଇଲ ୟୁନିଟକୁ ଖୁଚୁରା ଲାଇସେନ୍ସ ଦେବା ପାଇଁ କୌଣସି ବ୍ୟବସ୍ଥା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଔଷଧ ବିତରଣର ସୁବିଧା କରିବାକୁ ଜନଔଷଧି ଯାନ ଚଳାଇବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ମିଳିନି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।