ଭୁବନେଶ୍ୱର ୦୮/୦୬: ଏକ ସପ୍ତାହ ଭିତରେ ଭତ୍ତା ସମସ୍ୟାର ସମାଧାନ ହେବ। ଏହା କେବଳ ଓଡ଼ିଶାର ସମସ୍ୟା ନୁହେଁ, ଏହା ସବୁ ରାଜ୍ୟର ସମସ୍ୟା । ସଫ୍ଟୱେରରେ କିଛି ପରିବର୍ତ୍ତନ ହେଉଛି। କାମ ଶୀଘ୍ର ସରିଯିବ ଏବଂ ଆମେ ଆଶା କରୁଛୁ ଏକ ସପ୍ତାହ ଭିତରେ ଏଥିରେ ସୁଧାର ଆସିବ। ଏବଂ ପରବର୍ତ୍ତି ସମୟରେ ଲୋକଙ୍କର ଯେତିକି ବକେୟା ଟଙ୍କା ଥିବ ସେସବୁକୁ ଏକାଥରେ ପାଇପାରିବେ। ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ :-  Cyber Crime: ଏମିତି ଆମ ସାଇବର ଥାନା, କେସ ଫାଇଲ, ଚାର୍ଜସିଟ୍ ଓ ତଦନ୍ତ ଭୟରେ ପୁଲିସ୍, ଠକାମି ୧ ଲକ୍ଷରୁ କମ୍ ହେଲେ ଶୁଣୁନି

 

ଆଉ ସାତ ଦିନ ମଧ୍ୟରେ ଭତ୍ତା ସମସ୍ୟାର ସମାଧାନ ହେବ । ଏଣିକି ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଭତ୍ତା ଟଙ୍କା ଯିବ । ଆଜି ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଭତ୍ତାକୁ ନେଇ କେନ୍ଦ୍ର ସରକାରଙ୍କର କିଛି ବୈଷୟିକ ଅସୁବିଧା ଥିଲା । ଏଣିକି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଏସ ଏନଏସ ସ୍ପର୍ଶ ମାଧ୍ୟମରେ ଆକାଉଣ୍ଟ ଭେଟିଙ୍ଗ ଚାଲିଛି । ଯାହା ମାଧ୍ୟମରେ ଆଇଏଫଏମଏସ ସେବା ମାଧ୍ୟମରେ ରିଏଲ ଟାଇମ ପେମେଣ୍ଟ ହେବ । ସେଥିପାଇଁ ଭତ୍ତା ପ୍ରଦାନରେ ଅସୁବିଧା ରହୁଛି । ଆଉ ସାତ ଦିନ ମଧ୍ୟରେ ଆକାଉଣ୍ଟ ଭେଟିଙ୍ଗ ହୋଇଗଲା ପରେ ଭତ୍ତା ସମସ୍ୟା ଆଉ ରହିବ ନାହିଁ । ଏକସଙ୍ଗେ ହିତାଧିକାରୀଙ୍କୁ ଭତ୍ତା ମିଳିଯିବ ବୋଲି ହିତାଧିକାରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ।