ବରଗଡ଼ ୧/୧୧: ବେକରେ ଦଉଡି ଲଗାଇ ଝୁଲିପଡିଲେ ବୃଦ୍ଧ ଦମ୍ପତି। ଘର ଭିତରୁ ମିଳିଲା ଉଭୟଙ୍କ ମୃତଦେହ।  ବରଗଡ଼ ସଦର ଥାନା ଗଞ୍ଜିଆ ଟିକ୍ରା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ବରଗଡ଼ ସଦର ଥାନା ଗଞ୍ଜିଆ ଟିକ୍ରା ଗାଁରେ ବେକରେ ଦଉଡ଼ି ଦେଇ ବୃଦ୍ଧ ଦମ୍ପତି ଅତ୍ମହତ୍ୟା କରିଥିବା ଜଣାପଡିଛି । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଭୟଙ୍କମୃତଦେହ ମିଳିଥିଲା । ମୃତକ ହେଲେ କିରଟି ପ୍ରଧାନ ଓ ତାଙ୍କ ସ୍ତ୍ରୀ ଶାନ୍ତି ପ୍ରଧାନ। ତେବେ ମୃତ୍ୟୁ କାରଣ ଜଣାପଡିନାହିଁ। ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସଦର ପୁଲିସ ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି।