ସୁବର୍ଣ୍ଣପୁର,୦୬/୧୦: ସୁବର୍ଣ୍ଣପୁର ଜିଲ୍ଲା କପାସିରା-ଜୁଲୁଣ୍ଡାସ୍ଥିତ ଗୋରାଣ୍ଡି ଯୋରରେ ଅଘଟଣ l ଗାଧୋଇବା ବେଳେ ଯୋରରେ ଭାସି ଚାଲିଗଲା ବୃଦ୍ଧାଙ୍କ ଜୀବନ । ମୃତ ବୃଦ୍ଧା ଅମlମୁଣ୍ଡା ଗ୍ରାମର ସରସ୍ଵତୀ ପ୍ରଧାନ (୭୫ ବର୍ଷ) ବୋଲି ଜଣାପଡିଛି ।
ସୂଚନା ମୁତାବକ, ବୃଦ୍ଧା ଜଣକ ଯୋରକୁ ଗାଧୋଇବାକୁ ଯାଇ ଭାସି ନିଖୋଜ ହୋଇଥିଲେ l ଏସମ୍ପର୍କରେ ଖବର ପାଇବା ପରେ ବିନିକା ଅଗ୍ନିଶମ ବାହିନୀ ଆସି ଖୋଜାଖୋଜି ଆରମ୍ଭ କରିଥିଲା l ପ୍ରାୟ ୨ ଘଣ୍ଟାର ପରିଶ୍ରମ ପରେ ବୃଦ୍ଧାଙ୍କ ମୃତଦେହକୁ ଉଦ୍ଧାର କରି ସ୍ଥାନୀୟ ସରପଞ୍ଚ ଓ ପୁଲିସ ଉପସ୍ଥିତିରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବିନିକା ଅଗ୍ନିଶମ ବାହିନୀ ଅଧିକାରୀ ସୂଚନା ଦେଇଛନ୍ତି l ଖବର ପାଇ ଲଛିପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି l