ଯାଜପୁର,୧/୬(ଆପ୍ର): ଘରକୁ ରାସ୍ତା ପାଇଁ ଜଣେ ବୃଦ୍ଧ ବାରମ୍ବାର ପ୍ରଶାସନ ନିକଟକୁ ଅଭିଯୋଗ ନେଇ ଆସୁଥିଲେ। କିନ୍ତୁ କେହି ଶୁଣୁ ନ ଥିଲେ। ଶେଷରେ ଯାଜପୁର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଚାଲିଥିବା ବେଳେ ବୃଦ୍ଧ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ସେଠାରେ ଉପସ୍ଥିତ ଟାଉନ ପୋଲିସ ତାଙ୍କୁ ଉଦ୍ଧାର କରିଥିଲେ।
ଦୀର୍ଘ ଦୁଇ ବର୍ଷ ହେବ ଦଶରଥପୁର ବ୍ଲକ୍ ଆନ୍ଦୋଳା ଗ୍ରାମର ଜଣେ ୮୦ ବର୍ଷ ବୃଦ୍ଧଙ୍କ ଘରକୁ ଯିବା ପାଇଁ ରାସ୍ତା ନାହିଁ। ସେ ବାରମ୍ବାର ରାସ୍ତା ପାଇଁ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପାଖରେ ନିଜର ଅଭିଯୋଗ ଶୁଣାଉ ଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିଲେ। ଶେଷରେ ବାଧ୍ୟ ହୋଇ ବୃଦ୍ଧ ଜଣକ ଅଭିଯୋଗ ପ୍ରକୋଷ୍ଠରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଉପସ୍ଥିତ ଟାଉନ ପୋଲିସ ଉଦ୍ଧାର କରିଥିଲେ। ସାତ ଦିନ ଭିତରେ ବୃଦ୍ଧଙ୍କ ସମସ୍ୟାର ସମାଧାନ ହେବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।
ଆହୁରି ପଢନ୍ତୁ : ଭୋକ ବଢ଼ାଉଛି ରାଜଧାନୀ ଟ୍ରାଫିକ୍