କୋକସରା,୦୨/୧୧ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ବିଜୁ ଏକ୍ସପ୍ରେସ ୱେ ଢ଼ାବା ନିକଟରେ ଆଇଚର ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ କୋକସରା ବ୍ଲକ ଖୁଣ୍ଟିଆ ଗ୍ରାମର ତରୁଣୀ ଦୁର୍ଗା (୬୫ )ବେହେରା ।
ବଜାରରୁ ତରୁରୀ ଘରକୁ ଫେରୁଥିବା ବେଳେ ଢ଼ାବା ନିକଟରେ ବେହେରା ପଟରୁ ଆସୁଥିବା ଏକ ବ୍ରଏଲର କୁକୁଡ଼ା ଗାଡି ଆଇଚର ତାଙ୍କୁ ଧକ୍କା ଦେଇଥିଲା।ଫଳରେ ତାଙ୍କୁ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ ଯୋଗେ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗାଡ଼ିର ଡ଼୍ରାଇଭର ଓ ହେଲ୍ପର ଦୁର୍ଘଟଣା ପରେ ଫେରାର ଥିବା ଜଣା ପଡିଛି। ଘଟଣାସ୍ଥଳରେ କୋକସରା ପୁଲିସ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି ।