ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଜୟରାମପୁର ଗାଁରେ ଅଘଟଣ, ବୃଦ୍ଧାଙ୍କୁ କାମୁଡ଼ି ମାରିଦେଲା ପାଗଳ କୁକୁର

Published By : Harapriya Sethi | November 14, 2024 10:38 AM

ଭୋଗରାଇ,୧୪/୧୧: ଭୋଗରାଇ‌ରେ ବୁଲା କୁକୁରର ଆତଙ୍କ । ଘରେ ପଶି ବୃଦ୍ଧାଙ୍କୁ କାମୁଡିବା ସହ ଝୁଣି ମାରିଦେଲା ପାଗଳ କୁକୁର । ଘଟଣାସ୍ଥଳରେ ବୃଦ୍ଧାଙ୍କ ପ୍ରାଣବାୟୁ ଉଡିଯାଇଛି । ମୃତ ବୃଦ୍ଧା ଜଣକ ବାସନ୍ତୀ ସାହୁ ବୋଲି ଜଣାପଡ଼ିଛି । ଏଭଳି ଘଟଣା ପରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଜୟରାମପୁର ଗାଁରେ ଏଭଳି ଅଘଟଣ ଘଟିଛି । 

ସୂଚନା ମୁତାବକ, ଜୟରାମପୁର ଗାଁର ମହିଳାମାନେ ପଞ୍ଚୁକ ବ୍ରତ ପାଳନ କରିବା ପାଇଁ ବାହାରକୁ ଯାଇଥିଲେ । ଏହି ସମୟରେ ବୃଦ୍ଧା ଜଣକ ଘରେ ଥିବା ବେଳେ ହଠାତ ଏକ ପାଗଳ କୁକୁର ଘର ଭିତରକୁ ପଶି ତାଙ୍କୁ କାମୁଡି ଦେଇଥିଲା । ଫଳରେ ଯନ୍ତ୍ରଣାରେ ବୃଦ୍ଧା ଜଣକ ଚିତ୍କାର କରିଥିଲେ । ଏହା ଶୁଣି ପଡୋଶୀ ଲୋକ ଦୌଡ଼ି ଆସି ତାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ କୁକୁରଟି ବୃଦ୍ଧାଙ୍କୁ ଛାଡ଼ି ନଥିଲା । କୁକୁରଟି ବୃଦ୍ଧାଙ୍କ ଶରୀରର ପ୍ରାୟତଃ ସମସ୍ତ ଅଂଶକୁ କାମୁଡ଼ି ରକ୍ତାକ୍ତ କରି ସାରିଥିଲା । ଏହା ଦେଖି କୁକୁରକୁ ବାଡେଇ ବୃଦ୍ଧାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ । କିନ୍ତୁ କୁକୁରଟି ତାଙ୍କୁ ଛାଡ଼ି ନଥିଲା । ଶେଷରେ ବାଧ୍ୟ ହୋଇ କୁକୁରକୁ ପିଟି ପିଟି ମାରିଥିଲେ ଲୋକେ କିନ୍ତୁ ଏହାରି ଭିତରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.