ପ୍ରମୂଖ ଖବର
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ବାର୍ଦ୍ଧକ୍ୟ ଭତ୍ତା ପାଇଁ ରାସ୍ତାରେ ଘୁସୁରି ଘୁସୁରି ଯାଉଛନ୍ତି ବୃଦ୍ଧା; ବ୍ଳକ ପ୍ରଶାସନର ପାରିବା ପଣିଆ ଉପରେ ଅଙ୍ଗୁଳି ନିର୍ଦ୍ଦେଶ

Published By : Bijay Swain | June 1, 2025 6:18 PM

ପାଟଣାଗଡ, ୧/୨(ଆପ୍ର): ଭତ୍ତା ଆଣିବା ପାଇଁ ଜଣେ ବୃଦ୍ଧା ଦିନ ଦ୍ୱିପ୍ରହରରେ ରାସ୍ତା ମଝିରେ ଘୁସୁରି ଘୁସୁରି ଆସୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଭଲି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପାଟଣଗଡ ବ୍ଲକ ଫଟ୍ଟାମୁଣ୍ଡା ପଞ୍ଚାୟତରେ । ଉକ୍ତ ବୃଦ୍ଧା ଜଣକ ହେଲେ ପାଣ୍ଡେସରା ଗାଁର ସୁରେଖା ନାଏକ । 

ସୁରେଖା ବାର୍ଦ୍ଧକ୍ୟ ଜନିତ ଅସୁବିଧା ଯୋଗୁଁ ଚଲାବୁଲା କରିପାରୁ ନାହାଁନ୍ତି । ପ୍ରତିମାସ ପଞ୍ଚାୟତକୁ ଭତ୍ତା ଟଙ୍କା ଆଣିବା ପାଇଁ  ଅଟୋଭଡା ୨ ସହ ଟଙ୍କା ଦେଇଥାନ୍ତି । ଗତକାଲି ଅଟୋ ନମିଳିବାରୁ ସେ ସାହାସ ଜୁଟାଇ ଗାଁରୁ ୨ କିଲୋମିଟର ଦୂରରେ ଥିବା ପଞ୍ଚାୟତକୁ ୧ ହଜାର ଭତ୍ତାଟଙ୍କା ପାଇଁ ରାସ୍ତାରେ ଘୁସୁରି ଘୁସୁରି ଯାଇଥିଲେ । 

ଭତ୍ତା ଟଙ୍କା ନେଇ ଫେରୁଥିବା ସମୟରେ ସେହିରାସ୍ତା ଦେଇ ଆସୁଥିବା ଏକ ଟ୍ରାକ୍ଟର ବୃଦ୍ଧା ଜଣକୁ ଦେଖି ଅଟକିଥିଲା । ସେହି ଟ୍ରାକ୍ଟରରେ କାମକରି ଯାଇଥିବା ଶ୍ରମିକମାନେ ବୃଦ୍ଧାଙ୍କ ପ୍ରତି ସହାନୁଭୂତି ଦେଖାଇ ଟ୍ରାକ୍ଟର ଉପରେ ବୃଦ୍ଧାଙ୍କୁ ବସାଇ ତାଙ୍କଘରେ ଛାଡି ଦେଇଥିଲେ । ଯାହାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଭତ୍ତା ପାଇଁ ଜଣେ ବୃଦ୍ଧା ଦିନ ଦିଇ ପହରେ ବିଚ୍ ରାସ୍ତାରେ ଘୁସୁରି ଘୁସୁରି ଯାଉଥିବା ପାଟଣାଗଡ ବ୍ଲକ ପ୍ରଶାସନର ପାରିବାପଣିଆ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.