ନୂଆଦିଲ୍ଲୀ,୧୪/୦୫; ଚଳିତ ଆଇପିଏଲରେ ଲଗାତାର ଦୁଇଟି ଡକ୍ ପରେ ଶତକୀୟ ପାଳି ଖେଳିଛନ୍ତି ବିରାଟ କୋହଲି । କୋଲକାତା ବିପକ୍ଷରେ ଅପରାଜିତ ୬୦ ବଲରୁ ୧୦୫ରନ କରି ଆରସିବିକୁ ଅଷ୍ଟମ ବିଜୟ ଭେଟି ଦେଇଛନ୍ତି କିଙ୍ଗ୍ କୋହଲି । ଶତକୀୟ ପାଳିରେ ୧୧ ଚୌକା ଏବଂ ୩ ଛକା ସାମିଲ । ଏହି ଷ୍ଟାର ବ୍ୟାଟର ଆଇପିଏଲରେ ସର୍ବାଧିକ ମ୍ୟାଚ ଖେଳିବାରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି । ଏହା ସହିତ ବିରାଟ କୋହିଲ ୧୪ ହଜାର ଟି-ଟ୍ୱେଣ୍ଟି ରନ୍ ପୂରଣ କରିଛନ୍ତି ।

ରାୟପୁରର ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ବିରାଟ କୋହଲି ତାଙ୍କର ୨୭୯ତମ ଆଇପିଏଲ ମ୍ୟାଚ୍ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲେ । ରୋହିତ ଶର୍ମା ଏବଂ ଏମଏସ ଧୋନି ୨୭୮ ମ୍ୟାଚ୍ ସହିତ ଏହି ତାଲିକାରେ ସମାନ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ୨୦୦୮ ମସିହାରେ ପ୍ରଥମ ଆଇପିଏଲ ସିଜିନ୍ ଠାରୁ ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହିତ ଅଛନ୍ତି । ଲିଗ୍‌ରେ ଗୋଟିଏ ଦଳ ପାଇଁ ସର୍ବାଧିକ ମ୍ୟାଚ୍ ଖେଳିବାର ରେକର୍ଡ ତାଙ୍କ ନାମରେ ଅଛି । ବିରାଟ କୋହଲି ତାଙ୍କ ଆଇପିଏଲ କ୍ୟାରିୟରରେ ଏପର୍ଯ୍ୟନ୍ତ ୯,୦୦୦ରୁ ଅଧିକ ରନ କରିଛନ୍ତି । ସେ ଏହି ମାଇଲଖୁଣ୍ଟ ଛୁଇଁବାରେ ଏକମାତ୍ର ବ୍ୟାଟର। ଅନ୍ୟ କୌଣସି ଖେଳାଳି ୮,୦୦୦ ରନ ମଧ୍ୟ ଛୁଇଁ ନାହାଁନ୍ତି । ବିରାଟ କୋହଲି ତାଙ୍କ ଆଇପିଏଲ କ୍ୟାରିୟରରେ ୮ଟି ଶତକ ଏବଂ ୬୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।

​​​​​​​ଟି-ଟ୍ୱେଣ୍ଟିରେ ସର୍ବାଧିକ ଶତକ

୨୨-କ୍ରିସ୍ ଗେଲ୍

୧୩-ବାବର ଆଜମ୍

୧୦- ଡେଭିଡ୍ ୱାର୍ଣ୍ଣର୍

୧୦-ବିରାଟ କୋହଲି

୯- ରାଇଲି ରୋସୋ/ସାହିବଜାଦା ଫରହାନ୍

୯-କ୍ୱିଣ୍ଟନ ଡି କକ୍/ଅଭିଷେକ ଶର୍ମା

ଏହା ବି ପଢନ୍ତୁ...IPL 2026: ବ୍ୟାକ୍ ଟୁ ବ୍ୟାକ୍ ଡକ୍ ପରେ କିଙ୍ଗ୍ କୋହିଲଙ୍କ ଶତକ, କୋଲକାତା ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସର ଦମଦାର ବିଜୟ  

ଅଧିକାଂଶ ଆଇପିଏଲ୍ ଶତକ

୯-ବିରାଟ କୋହଲି*
7- ଜୋସ୍ ବଟଲର
6-କ୍ରିସ୍ ଗେଲ୍
6-କେଏଲ ରାହୁଲ
5-ସଞ୍ଜୁ ସାମସନ

କେକେଆର ବିପକ୍ଷରେ ଏହ ମ୍ୟାଚ୍ କୋଲହିଙ୍କ ୨୭୯ତମ ଆଇପିଏଲ ମ୍ୟାଚ ଖେଳିଛନ୍ତି । ସେ ଏମଏସ ଧୋନି ଏବଂ ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଛନ୍ତି । ପୂର୍ବରୁ ଏହି ୩ ଖେଳାଳି ପ୍ରତ୍ୟେକ ୨୭୮ ମ୍ୟାଚ୍ ସହିତ ମିଳିତ ଭାବେ ଶୀର୍ଷରେ ଥିଲେ । ଗୋଟିଏ ଫ୍ରାଞ୍ଚାଇଜ୍ ପାଇଁ ସର୍ବାଧିକ ମ୍ୟାଚ୍ ଖେଳିଥିବା ଖେଳାଳି ବିରାଟ କୋହଲି । ୧୨ଟି ଭିନ୍ନ ଭିନ୍ନ ସିଜନରେ ୪୦୦ରୁ ଅଧିକ ରନ କରିଛନ୍ତି । କୋଲକାତା ବିପକ୍ଷ ମ୍ୟାଚ ସହିତ କୋହଲି ୧୪ ହଜାର ରନ୍ ପୂରଣ କରି ଏକ ନୂଆ ରେକର୍ଡ କରିଛନ୍ତି । ଏହି ରନ୍ ସଫଳତା ପାଇଁ ସେ କମ୍ ଇନିଂସ ମଧ୍ୟ ଖେଳିଛନ୍ତି । ବିରାଟ କୋହଲି ଏହି ସିନଜରେ ତାଙ୍କ ରେକର୍ଡ କେତେଦୂର ବିସ୍ତାର କରିପାରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଡିଫେଣ୍ଡି ଚାମ୍ପଅନ ଆରସିବି ଚଳିତ ସିଜିନରେ ପ୍ଲେ ଅଫ୍ ଦୌଡରେ ଦୃଢ ସ୍ଥିତିରେ ରହିଛି ।

ମୋଟ୍ ଆଇପିଏଲ୍ ମ୍ୟାଚ୍‌
ବିରାଟ କୋହଲି- ୨୭୯
ଏମଏସ ଧୋନି-୨୭୮
ରୋହିତ ଶର୍ମା-୨୭୮
ରବିନ୍ଦ୍ର ଜାଡେଜା-୨୬୫
ଦିନେଶ କାର୍ତ୍ତିକ-୨୫୭