ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଅର୍ଥ ପାଇଁ ପାଠପଢ଼ାରେ ସମସ୍ୟା, ବିସ୍କୁଟ୍‌ ବିକି ପଢୁଛନ୍ତି ଦୃଷ୍ଟିବାଧିତ ଛାତ୍ର

Published By : Prameya | March 27, 2025 1:54 PM

କଟକ,୨୭/୦୩: ଜନ୍ମରୁ ଶତପ୍ରତିଶତ ଦୃଷ୍ଟିବାଧିତ ।  କିନ୍ତୁ ପାଠ ପଢ଼ିବାର ନିଶା ତାଙ୍କୁ ଟାଣି ଆଣିଛି ରେଭେନ୍ସା  ବିଶ୍ୱବିଦ୍ୟାଳୟ ଭଳି ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନକୁ । ରାଜନୀତି  ବିଜ୍ଞାନରେ ପୋଷ୍ଟ ଗ୍ରାଜୁଏଟ୍‌ ପଢୁଥିବା  ଦ୍ୱିତୀୟ ବର୍ଷର ଛାତ୍ର ହେଉଛନ୍ତି ଓମ୍‌ ପ୍ରକାଶ  ମହାପାତ୍ର । ରେଭେନ୍ସା ବିଶ୍ୱବିଦ୍ୟାଳୟର ନ୍ୟୁ  ପିଜି ଛାତ୍ରାବାସରେ ରହୁଛନ୍ତି । ଜଣେ ମେଧାବୀ  ଛାତ୍ର ଭାବେ କ୍ୟାରିୟରର ସବୁ ପରୀକ୍ଷାରେ  ୭୫ ପ୍ରତିଶତରୁ ଅଧିକ ମାର୍କ ରଖି ପ୍ରଥମ  ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଉଥିବା ଓମ୍‌ ଏବେ  ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ପାଠ  ପଢ଼ାରେ ଅର୍ଥ ବାଧକ ହୋଇଥିବାରୁ କେକ୍‌, ବିସ୍କୁଟ୍‌ ବିକ୍ରି କରି ଯାହା  ରୋଜଗାର ହେଉଛି ସେଥିରେ ବହୁ କଷ୍ଟରେ ପାଠ ପଢୁଛନ୍ତି । 

ଇଚ୍ଛା ଥିଲେ ଉପାୟ ଆସେ । ପ୍ରତିବନ୍ଧକ ବାଧା ସୃଷ୍ଟି କରି ପାରେନା । ଏମିତି ଏକ ଘଟଣା ଓମ୍‌ ପ୍ରକାଶଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଘର ବାଲେଶ୍ୱର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀର ମୁରୁଣା ଗାଁରେ । ବାପା ଜ୍ୟୋତି ପ୍ରକାଶ ମହାପାତ୍ର  ଚାଷ କରନ୍ତି । ଆର୍ଥିକ ସମସ୍ୟା ଭିତରେ ପିଲାବେଳୁ ପଢୁଥିବା  ଓମ୍‌ ପ୍ରକାଶ ମାଟ୍ରିକ୍‌ରେ ୮୭ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ  ହୋଇଥିଲେ । ଏହା ପରେ ଫକୀର ମୋହନ ମହାବିଦ୍ୟାଳୟରେ  ଯୁକ୍ତ ଦୁଇରେ ପାଠ ପଢ଼ି ୭୪ ପ୍ରତିଶତ ମାର୍କ ରଖି ପାସ୍‌  କରିଥିଲେ । ସେହିପରି ଯୁକ୍ତ ତିନିରେ ୭୬ ପ୍ରତିଶତ ମାର୍କ ରଖି  ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ  ହଷ୍ଟେଲ୍‌ରେ ରହି ରାଜନୀତି ବିଜ୍ଞାନରେ  ପୋଷ୍ଟ ଗ୍ରାଜୁଏଟ୍‌ କରୁଛନ୍ତି । ଦୃଷ୍ଟିବାଧିତ  ହୋଇଥିବାରୁ ପାଠପଢା ପାଇଁ ଜାତୀୟ  ମେଧାବୃତ୍ତି ଆକାରରେ କିଛି ଟଙ୍କା ସହାୟତା  ପାଉଛନ୍ତି । ଟଙ୍କା ପାଠ ପଢିବା ପାଇଁ ଯଥେଷ୍ଟ ହେଉ ନଥିବାରୁ  ଓମ୍‌ ପ୍ରକାଶ ଘର ଉପରେ ନିର୍ଭର ନକରି ମାଲଗୋଦାମରୁ  କେକ୍‌, ବିସ୍କୁଟ୍‌, ମୁଡ୍‌କି, ମିକ୍ସଚର, କୁରକୁରେ ସହ ମଶାଧୂପ  କିଣି ବିଭିନ୍ନ ହଷ୍ଟେଲ ବୁଲି ବିକ୍ରି କରୁଛନ୍ତି । ଏଥିରୁ ଯାହା  ରୋଜଗାର ହେଉଛି ସେହି ଟଙ୍କାରେ ପଢ଼ା ଖର୍ଚ୍ଚ ଉଠାଉଛନ୍ତି । ରେଭେନ୍ସାରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ସ୍ୱତନ୍ତ୍ର ବ୍ରେଲି  ଲାଇବ୍ରେରୀରେ କିଛି ବ୍ରେଲି ବୁକ୍‌ ଓ ଅଡିଓ ରେକର୍ଡିଂ ମିଳୁଥିବା  ବେଳେ ଆଉ କିଛି ଉପଲବ୍ଧ ହେଉନାହିଁ । ଯେଉଁଥି ପାଇଁ  ପାଠପଢାରେ କିଛି ସମସ୍ୟା ହେଉଥିବା କହିଛନ୍ତି ଓମ୍‌ ପ୍ରକାଶ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.