ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ତେଲେଙ୍ଗାପେଣ୍ଠ ନିକଟରେ ହାଇଓ୍ବାକୁ ଧକ୍କା ଦେଲା ଓମଫେଡ୍ ଟ୍ରକ୍‌, ଆହତ ହେଲ୍‌ପରଙ୍କୁ ଉଦ୍ଧାର କଲେ ଅଗ୍ନିଶମ ଟିମ୍

Published By : Prameya | January 28, 2025 10:37 AM

କଟକ ୨୮/୦୧: ତେଲେଙ୍ଗାପେଣ୍ଠ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ହାଇଓ୍ବାକୁ ଧକ୍କା ଦେଲା ଓମଫେଡ ଗାଡି। ଟ୍ରକ୍ କ୍ୟାବିନ୍‌ରେ ଫସି ରହିଥିଲେ ହେଲ୍ପର। ଡ୍ରାଇଭର ଆହତ ହୋଇଥିବା ସୂଚନା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏକ ଟିମ୍ ପହଞ୍ଚି ଗାଡ଼ି ଭିତର ହେଲ୍‌ପର୍‌ଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାଇ, ଆଜି ସକାଳେ ଓମ୍‌ଫେଡ ଗାଡ଼ି ନମ୍ବର(ଓଆର୍୦୨ ବିଜି୯୧୬୩) ନରାଜରୁ ଫୁଲନଖରା ହବ୍‌କୁ ଫେରୁଥିଲା। ତେଲେଙ୍ଗାପେଣ୍ଠ ନିକଟରେ ଏକ ହାଇଓ୍ବାକୁ ସମ୍ମୁଖ ପଟୁୁ ଧକ୍କା ଦେଇଥିଲା ଓମ୍‌ଫେଡ ଗାଡ଼ି। ଫଳରେ ଟ୍ରକ୍ କ୍ୟାବିନ୍‌ରେ ହେଲ୍‌ପର ଜଣକ ଫସି ରହିଥିଲେ। ଏନେଇ ବାରଙ୍ଗ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦିଆଯାଇଥିଲା। ଘଟଣାସ୍ଥଳରେ ଏକ ଟିମ୍ ପହଞ୍ଚି ଦୀର୍ଘ ଘଣ୍ଟାଏ କସରତ କରିବା ପରେ ହାଇଡ୍ରୋଲିକ କଟର ସାହାର୍ଯ୍ୟରେ ହେଲ୍‌ପରଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କୁ କଟକ ଏସ୍‌ସିବି ମେଡିକାଲ ପଠାଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.