ଭଞ୍ଜନଗର,୧୧/୮ – ଭଞ୍ଜନଗର ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଜଣେ ଯୁବକଙ୍କ ନିକଟରୁ ଗୋଟିଏ ୯ ଏମ୍ ଏମ୍ ପିସ୍ତଲ, ୨ଟି ଜୀବନ୍ତ ଗୁଳି ସହ ଗୋଟିଏ ମାଗାଜିନ୍ ଜବତ କରିଛି। ଯୁବକ ଜଣକ ହେଲେ ଶାଳୁଆପଲ୍ଲୀ ଗ୍ରାମର ଅଶୋକ କୁମାର ସ୍ବାଇଁ। ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଭଞ୍ଜନଗର ଥାନା ପକ୍ଷରୁ ଏସଆଇ ସମୀର କୁମାର ସେଠୀ ଅନ୍ୟ ଷ୍ଟାଫଙ୍କ ସହ ମିଶି ରବିବାର ରାତିରେ ପାଟ୍ରୋଲିଂ କରୁଥିଲେ। ଶାଳୁଆପଲ୍ଲୀ ନିକଟରେ ଜଣେ ସନ୍ଦିଗ୍ଧ ଯୁବକ ସନ୍ଦେହଜନକ ଅବସ୍ଥାରେ ଠିଆ ହୋଇଥିବା ନେଇ ଏକ ବିଶ୍ୱସ୍ତ ସୁତ୍ରରୁ ଖବର ପାଇଥିଲେ। ପରେ ସେ ସଦଳବଳେ ସେଠାରେ ଚଢାଉ କରିଥିଲେ। ଶାଳୁଆପଲ୍ଲୀ ଗ୍ରାମ ଅଶୋକ ସ୍ବାଇଁ ରାସ୍ତାକଡରେ ଠିଆ ହୋଇଥିବାବେଳେ ତାକୁ ତଲାସୀ କରିଥିଲେ । ତା’ ପାଖରୁ ୨ଟି ଗୁଳି ଭର୍ତ୍ତି ଗୋଟିଏ ପିସ୍ତଲ ମିଳିଥିଲା। ଏକ ମାମଲା ରୁଜୁ କରି ଅଭିଯୁକ୍ତ ଅଶୋକ କୁମାର ସ୍ବାଇଁଙ୍କୁ ଗିରଫ କରି କୋର୍ଟଚାଲଣ କରାଯାଇଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି ।