ପ୍ରମୂଖ ଖବର
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଡିଭାଇଡରକୁ ଧକ୍କା ଦେଲା ବାଇକ : ଜଣେ ମୃତ, ୨ ଗୁରୁତର

Published By : Suraj Kumar | February 27, 2025 7:28 PM

ଭୁବନେଶ୍ବର,୨୭।୨ – ଭାରସାମ୍ୟ ହରାଇ ଡିଭାଇଡରକୁ ଧକ୍କା ଦେଲା ବାଇକ। ଏଥିରେ  ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ଦୁଇ ଜଣ ଆହତ ହୋଇଛନ୍ତି ।  ୧୬ ନଂ ଜାତୀୟ ରାଜପଥ ବଡ଼ଚଣା ନିକଟରେ ଘଟିଛି ଦୁର୍ଘଟଣା। ମୃତକ ହେଲେ କବାଟବନ୍ଧ ଅଞ୍ଚଳ ର ମାଧବ ବେଜ।

ସୂଚନା ଅନୁଯାୟୀ ଗୋଟିଏ ପରିବାର ର ତିନି ଜଣ ସଦସ୍ୟ ବାଇକ ରେ ନିଜ ଗାଁ କୁ ଫେରୁଥିଲେ। ଏହି  ସମୟରେ ବଡ଼ଚଣା ନିକଟରେ ବାଇକ ଟି ଭାରସାମ୍ୟ ହରାଇ ରାସ୍ତା ଡିଭାଇଡରକୁ ଧକା ଦେଇଥିଲା।  ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଜଣଙ୍କୁ ବଡ଼ଚଣା ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ବଡ଼ଚଣା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.