ହରଭଙ୍ଗା, ୨୪।୭ :  ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଠାରେ ବସ-ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା  ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି।  ମୃତକ ଜଣକ ହେଲେ ପୁରୁଣାକଟକ ଥାନା ବଘୁଆ କଟା ଗ୍ରାମର କାହ୍ନl ମଲିକ l 

କାହ୍ନl ମଲିକ  ରାମ୍ଭିକଟା ଗ୍ରାମର ନିଜ ଭଉଣୀ ମମତା ନାଏକ, ଭିଣୋଇ ବିମଳ ନାଏକ ଓ ୨ ବର୍ଷର ଭଣଜାକୁ ନେଇ ଏକ ବାଇକ ଯୋଗେ କୌଣସି କାର୍ଯ୍ୟରେ ଚାରିଛକ ଯାଉଥିଲେ।   ବିପରୀତ ଦିଗରୁ ଆସୁଥିବା  ଡ୍ରାଇଭର ସଂଘର ରିଜରଭେସନ ବସ   ସହ ପୁରୁଣାକଟକ ବଜାର ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ କାହ୍ନlର ମୃତ୍ୟୁ ଘଟିଥିଲା। ଗୁରୁତରଙ୍କୁ ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  ବସଟି କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ରିଜରଭେସନରେ ଦେବଗଡ଼ ଜିଲ୍ଲାର ଏକ ବୈଠକ ଅଭିମୁଖେ ଯାଉଥିଲା।  ପୁରୁଣାକଟକ ପୋଲିସ ବସ ଜବତ  କରିବା ସହିତ ଘଟଣାର ତଦନ୍ତ ଚଳାଇଛି l