ଘଟଗାଁ,୧୫।୨ : ହରିଚନ୍ଦନପୁର ରାସ୍ତାର ଧୁବୁଲାବେଡା ଛକ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟିହେଲା କାର। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଗୁରୁତର ହୋଇଛନ୍ତି । ମୃତକ ହେଲେ ଆଠଗଡ଼ ବଡମ୍ବା ଗ୍ରାମର ରବୀନ୍ଦ୍ର ନାଥ ମହାନ୍ତି ।
ରବିନ୍ଦ୍ର ନିଜ ଝିଅ, ଜ୍ବାଇଁ ଓ ପରିବାର ସହିତ ମା’ ତାରିଣୀଙ୍କ ଦର୍ଶନ ପାଇଁ ଆସୁଥିଲେ । ଜ୍ବାଇଁ ଡ୍ରାଇଭିଂ କରୁଥିବା ବେଳେ ବାମରେ ଥିବା ଆଗ ସିଟରେ ବସିଥିଲେ ଶଶୁର ରବୀନ୍ଦ୍ରନାଥ ମହାନ୍ତି । ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡରେ ପିଟି ହୋଇଥିଲା। ଘଟଣାସ୍ଥଳରେ ପୋଲିସ ପହଂଚି ଗାଡ଼ିକୁ ଜବତ କରିବା ସହିତ ତଦନ୍ତ ଚଳାଇଛି ।