ଲମିତାପୁଟ,୪।୨ : ଜଳଲାପୁଟ ଜଳ ଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣାର ୭୦ ଘଣ୍ଟା ପରେ ନାବାଳକ ଅମିତ ହନ୍ତାଳ ମୃତଦେହ ଉଦ୍ଧାର ହୋଇଛି l ଆଉ ଜଣେ ନିଖୋଜ ନାବାଳକଙ୍କ କୌଣସି ପତ୍ତା ମିଳି ପାରି ନାହିଁ।  କୋରାପୁଟ ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ ମିଳିତ ଭାବେ  ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି l  

ସୂଚନାଯୋଗ୍ୟ ଯେ, ଶନିବାର ସନ୍ଧ୍ୟା ସମୟରେ ଜଲାପୁଟ ଗ୍ରାମ ର ତିନି ଜଣ ନାବାଳକ ମୋବାଇଲରେ ରିଲ ବନାଇବା ପାଇଁ ଜଳଭଣ୍ଡାର କୂଳରେ ଥିବା ଦେଶୀ ଡ଼ଙ୍ଗା ନେଇ ମଝି ନଇଁକୁ ଚାଲିଯାଇଥିଲେ l ସେଠାରେ  କୌଣସି କାରଣ ବଶତଃ ଡ଼ଙ୍ଗାଟି ବୁଡି ଯାଇଥିଲା l ଜଣେ ନାବାଳକ ପହଁରି ଆସି ଯାଇଥିଲେ,  କିନ୍ତୁ ଅନ୍ୟ ଦୁଇ ନାବାଳକ ନିଖୋଜ ହୋଇଯାଇଥିଲେ l