ଭୁବନ, ୨୭।୩ :  ଗୁଣିଗାରେଡି ସନ୍ଦେହରେ ଯୁବକଙ୍କୁ ହତ୍ୟା।  ଗୁଣିଗାରେଡି ସନ୍ଦେହରେ ସମ୍ପର୍କିୟ ଭାଇକୁ ଶାବଳ ଭୁସି ମାରିଲା ସମ୍ପର୍କିୟ ଭାଇ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ବାରୁଆଁ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁର ଗ୍ରାମରେ ।ମୃତକ ଜଣକ ହେଲେ କୃଷ୍ଣପୁର ଗାଁର ମଣ୍ଟୁ ମହାନ୍ତ।

ଗ୍ରାମର ତ୍ରିଲୋଚନ ମହାନ୍ତ ଆଜି ସନ୍ଧ୍ୟାରେ ସମ୍ପର୍କିୟ ଭାଇ ମଣ୍ଟୁ ମହାନ୍ତଙ୍କୁ ଶାବଳ ମାରି ହତ୍ୟା କରିଛି । ପରେ ଗ୍ରାମବାସୀ ତ୍ରିଲୋଚନ ମହାନ୍ତକୁ ଧରି ମାଡ ମାରି ଲହୁଲୁହାଣ କରି ପୋଲିସର ଜିମା ଦେଇଥିଲେ । ତ୍ରିଲୋଚନ ଭୁବନ ମେଡିକାଲରେ ଭର୍ତ୍ତି  କରାଯାଇଛି । ଖବର ପାଇ କାମାକ୍ଷାନଗର ଏସଡିପିଓ ରଜନୀକାନ୍ତ ସାମଲ ଭୁବନ ମେଡିକାଲରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଶନିବାର ସାଇଣ୍ଟିଫିକ ଟିମ୍ ଆସିବା ପରେ ମଣ୍ଟୁର ମୃତ ଦେହ ବ୍ୟବଚ୍ଛେଦ ହେବ ବୋଲି ଜଣାପଡିଛି।