ଜହ୍ନlପଙ୍କ, ୨୦/୧: ବୌଦ୍ଧ ଥାନା ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଉଡ଼ିଆତୋଳା ଗ୍ରାମ ନିକଟରେ ସଂଘବଦ୍ଧ ଆକ୍ରମଣରେ ଯୁବକର ମୃତ୍ୟୁ ହୋଇ ଯାଇଛି । ମୃତ ଯୁବକ ଜଣକ ହେଲେ କଉଡ଼ିଆ ତୋଳା ଗ୍ରାମର ସୁଶୀଳ ପ୍ରଧାନ ।
କଉଡ଼ିଆ ତୋଳା ଗ୍ରାମର ସୁଶୀଳ ପ୍ରଧାନ ନାରାୟଣ ନଗର ସାପ୍ତାହିକ ବଜାରରୁ ସଉଦା କରି ଘରକୁ ବାଇକ ଯୋଗେ ଫେରୁ ଥିଲେ।କଉଡ଼ିଆ ତୋଳା ଗ୍ରାମ ନିକଟରେ ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ଏଥିରେ ସୁଶୀଳ ଗୁରୁତର ହୋଇଥିଲେ।ପରିବାର ଲୋକେ ତାଙ୍କୁ ଉଦ୍ଧାର ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନା ଆଣିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ବୌଦ୍ଧ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।