​​​​​​​ତିଳେଶ୍ୱର, ୯।୧୦:  ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଚାରିଛକ -ଛତ୍ରଙ୍ଗ ପୂର୍ତ୍ତ ରାସ୍ତା ଲଖନପୁର ଗ୍ରାମ ନିକଟରେ ହାଇୱା ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କୁସଙ୍ଗ ପଂଚାୟତ ଅଯୋଧ୍ୟା ଗ୍ରାମର ଅମୁଲ୍ୟ ମହାକୁଡ଼ (୨୫) l

ଅମୁଲ୍ୟ କୌଣସି କାମରେ ବାଇକରେ ଚାରିଛକ ଆସି ଘରକୁ ଫେରୁଥିଲେ।  ଲଖନପୁର ନିକଟରେ ଏକ ହାଇୱା ସଙ୍ଗେ ମୁଁହାମୁହିଁ ଧକ୍କା ହୋଇଥିଲା l ଘଟଣାସ୍ଥଳରେ ଅମୁଲ୍ୟଙ୍କ ମୃତ୍ୟୁ ହୋଇଥିଲା।  ହାଇୱା ଚାଳକ ଜଣକ ଥାନାରେ ଆତ୍ମସମର୍ପଣ କରିଛି l ପୁରୁଣାକଟକ ପୁଲିସ  ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।