ଫିରିଙ୍ଗିଆ,୧୮/୦୮: କନ୍ଧମାଳ ଜିଲ୍ଲା ପାଙ୍ଗା ଉପରସାହି ପଞ୍ଚାୟତ ମାଲା ବ୍ରିଜ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ୫0 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ରବିବାର ଦିନ ପଲାବୃଡ଼ି ପଞ୍ଚାୟତ ଶ୍ରାଡିମୁଣ୍ଡା ଗାଁର ଅଶୋକ ବିନ୍ଧାଣିଙ୍କ ସହ ତାଙ୍କ ସ୍ତ୍ରୀ ଟିକୁଲି ବିନ୍ଧାଣି ଏବଂ ପୁଅ ସିପୁନ ବିନ୍ଧାଣି ବାଇକରେ ପାଙ୍ଗା ଉପରସାହି ପଞ୍ଚାୟତର ବାଲିଗଟା ଗାଁକୁ ଯାଉଥିଲେ l ଏତିକିବେଳେ ବାଇକ ଭାରସାମ୍ୟ ହରାଇବାରୁ ସଭିଏଁ ବାଇକରୁ ଖସି ପଡ଼ିଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିଗୁଡା ମେଡିକାଲ ଏବଂ ପରେ ଫୁଲବାଣୀ ମେଡିକାଲକୁ ପଠାଯାଇଥିଲାl ଫୁଲବାଣୀ ମେଡିକାଲ ପହଞ୍ଚିବା ପରେ ମେଡିକାଲରେ ଅଶୋକ ବିନ୍ଧାଣିଙ୍କର ରାତିରେ ହିଁ ମୃତ୍ୟୁ ଘଟିଥିବା ବେଳେ ପୁଅ ସିପୁନକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ଓ ମା ଟିକୁଲି ବିନ୍ଧାଣି ଫୁଲବାଣୀ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଫୁଲବାଣୀ ମେଡିକାଲରେ ଫିରିଙ୍ଗିଆ ପୋଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି l

କଂଗ୍ରେସକୁ ଟାର୍ଗେଟ କଲେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡ...