ଆନନ୍ଦପୁର,୩।୧୦ :   ଘଷିପୁରା ବ୍ଲକ୍ ପୁରୁଣାବାନ୍ଦୋଗଡା ପଞ୍ଚାୟତ ସରପଞ୍ଚଙ୍କ ଦିଅରକୁ ମରଣାନ୍ତକ ଆକ୍ରମଣ  କରାଯାଇଛି । ଠେଙ୍ଗା ଓ ଲୁହାରଡରେ ଆକ୍ରମଣ ଯୋଗୁଁ  ତାଙ୍କର ଦୁଇଟି ଗୋଡ ଭାଙ୍ଗି ଯାଇଛି  ।  ଗୁରୁତର ଅବସ୍ଥାରେ ସରପଞ୍ଚ ଙ୍କ ଦିଅର ସୁଜିତ୍ କୁମାର ଧିରଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

ବୁଧବାର ଗ୍ରାମସଭା ଚାଲିଥିଲା। ଏହି ସମୟରେ ପ୍ରତିପକ୍ଷ ଗୋଷ୍ଠୀର କିଛି ଲୋକେ ଗ୍ରାମସଭାକୁ ବିରୋଧ କରି ହୋହାଲ୍ଲା କରିବା ସହ ଫାଇଲ ପତ୍ର  ଫୋପଡା ଫିଙ୍ଗା କରିଥିଲେ ।   ସୁଜିତଙ୍କ ସହ ସେମାନଙ୍କର ବଚସା ହୋଇଥିଲା । ଆଜି ସୁଜିତ୍ ନିଜ ସ୍ତ୍ରୀ ଙ୍କୁ ଧରି ବାଇକ୍ ରେ ଯାଉଥିଲେ।  ଏହି ସମୟରେ  ଗତକାଲିର ଘଟଣାକୁ କେନ୍ଦ୍ରକରି ଗାଁ ନିକଟରେ  କେତେ ଜଣ ତାଙ୍କୁ ଅଟକାଇ ଅତର୍କିତ  ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ଥାନାରେ ଅଭିଯୋଗ ହୋଇନାହିଁ । ରାମଚନ୍ଦ୍ରପୁର ପୋଲିସ ଘଟଣା ସମ୍ପର୍କରେ ଖବରପାଇ ଗାଁରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।