ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସରପଞ୍ଚଙ୍କ ଦିଅରକୁ ମରଣାନ୍ତକ ଆକ୍ରମଣ

Published By : Suraj Kumar | October 3, 2024 7:18 PM

ଆନନ୍ଦପୁର,୩।୧୦ :   ଘଷିପୁରା ବ୍ଲକ୍ ପୁରୁଣାବାନ୍ଦୋଗଡା ପଞ୍ଚାୟତ ସରପଞ୍ଚଙ୍କ ଦିଅରକୁ ମରଣାନ୍ତକ ଆକ୍ରମଣ  କରାଯାଇଛି । ଠେଙ୍ଗା ଓ ଲୁହାରଡରେ ଆକ୍ରମଣ ଯୋଗୁଁ  ତାଙ୍କର ଦୁଇଟି ଗୋଡ ଭାଙ୍ଗି ଯାଇଛି  ।  ଗୁରୁତର ଅବସ୍ଥାରେ ସରପଞ୍ଚ ଙ୍କ ଦିଅର ସୁଜିତ୍ କୁମାର ଧିରଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

ବୁଧବାର ଗ୍ରାମସଭା ଚାଲିଥିଲା। ଏହି ସମୟରେ ପ୍ରତିପକ୍ଷ ଗୋଷ୍ଠୀର କିଛି ଲୋକେ ଗ୍ରାମସଭାକୁ ବିରୋଧ କରି ହୋହାଲ୍ଲା କରିବା ସହ ଫାଇଲ ପତ୍ର  ଫୋପଡା ଫିଙ୍ଗା କରିଥିଲେ ।   ସୁଜିତଙ୍କ ସହ ସେମାନଙ୍କର ବଚସା ହୋଇଥିଲା । ଆଜି ସୁଜିତ୍ ନିଜ ସ୍ତ୍ରୀ ଙ୍କୁ ଧରି ବାଇକ୍ ରେ ଯାଉଥିଲେ।  ଏହି ସମୟରେ  ଗତକାଲିର ଘଟଣାକୁ କେନ୍ଦ୍ରକରି ଗାଁ ନିକଟରେ  କେତେ ଜଣ ତାଙ୍କୁ ଅଟକାଇ ଅତର୍କିତ  ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ଥାନାରେ ଅଭିଯୋଗ ହୋଇନାହିଁ । ରାମଚନ୍ଦ୍ରପୁର ପୋଲିସ ଘଟଣା ସମ୍ପର୍କରେ ଖବରପାଇ ଗାଁରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.