ସୋରଡ଼ା, ୦୩/୧୧: ବିଭୁତିଆ ଗ୍ରାମ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ୍ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ସଞ୍ଜୟ ପାଣିଗ୍ରାହୀ ଗଞ୍ଜାମ ଜିଲ୍ଲା ଗୋପାଳପୁର ଶାସନ ନିକଟସ୍ଥ ରାସ୍ତାରେ ଏଭଳି ଦୁର୍ଘଟଣା ଘଟିଛି ।

ସୂଚନା ମୁତାବକ, ସୋମବାର ସକାଳେ ସୋରଡ଼ାରୁ ନିଜ ଗ୍ରାମ ବିଭୁତିଆକୁ ଏକ ବାଇକ୍‌ ଯୋଗେ ଯାଉଥିଲେ ଉତ୍ତମ ନାୟକ । ଏତିକି ବେଳେ ଗୋପାଳପୁର ଶାସନ ନିକଟସ୍ଥ ​​​​​​​ରାସ୍ତାରେ ଯାଉଥିବା ସଞ୍ଜୟ ପାଣିଗ୍ରାହୀଙ୍କୁ ଧକ୍କା ଦେଇଥିଲେ । ଫଳରେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଛିଟିକି ପଡିଥିଲା । ଏହି ଦୁର୍ଘଟଣାରେ ବାଇକ୍ ଆରୋହୀ ନାୟକ, ପ୍ରଶ୍ନ ଦାସ ଓ ରାସ୍ତାରେ ଯାଉଥିବା ସଞ୍ଜୟ ଗୁରୁତର ହୋଇଥିଲେ ସମସ୍ତଙ୍କୁ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା I ହେଲେ ସେଠାରେ ଡାକ୍ତର ଉତ୍ତମଙ୍କୁ ମୃତ ଘୋଷଣା କରିଥିଲେ I