ଭୁବନେଶ୍ବର,୧୪।୪ : ଗାଧୋଇବା ବେଳେ ପୁରୀ ମେନ୍ କେନାଲରେ ବୁଡ଼ି ଜଣେ ମୃତ । ମୃତକ ଜଣକ ବାରଙ୍ଗ ଥାନା ପାଟପୁର ଗ୍ରାମର ସନିଆ ନାୟକ (୫୦)।  ପ୍ରତ୍ୟେକ ଦିନ ଭଳି ସନିଆ ସୋମବାର  ସାଢ଼େ ୨ ଟା ବେଳେ  ତାଙ୍କ  ଶାଳକ  ବଣ୍ଟି ସାମଲ ସହିତ ପୁରି ମେନ୍ କେନାଲକୁ ଗାଧୋଇବାକୁ ଯାଇଥିଲେ। ଦୁଇଜଣ ଗାଧୋଉ ଥିବା ବେଳେ ସନିଆ ହଠାତ ପାଣିକୁ ଡେଇଁ ପଡ଼ିଥିଲା।

ବଣ୍ଟି ପାଣିରେ ବୁଡ଼ି ସନିଆକୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଡାକ ପକାଇଥିଲା। ସ୍ଥାନୀୟ ଲୋକ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବାରଙ୍ଗ ପୋଲିସ ସନିଆକୁ ଉଦ୍ଧାର କରି କଟକ ବଡ଼ମେଡ଼ିକାଲ ନେଇଥିଲେ। ଡ଼ାକ୍ତର ସେଠାରେ ତାଙ୍କୁ  ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ  ବାରଙ୍ଗ ଥାନା ଅଧିକାରୀ ଦେବେନ୍ଦ୍ର କୁମର ବିଶ୍ଵାଳ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।