ନୂଆଦିଲ୍ଲୀ,୯।୧୧: ChatGPT ମେକର OpenAI ଶେଷରେ ଦୁନିଆର ସବୁଠାରୁ ପୁରୁଣା ଡୋମେନ୍ ଭିତରକୁ ଗୋଟିଏ Chat Dot com କୁ ନିଜର କରିନେଇଛି। ଏହି ହାଇପ୍ରୋଫାଲ ଡୋମେନ୍କୁ OpenAI ପକ୍ଷରୁ HubSpot ର ଫାଉଣ୍ଡର ଓ CTO ଧର୍ମେଶ ଶାହ କିଣିଛନ୍ତି। ଏବେ Chat Dot com କୁ ସିଧା OpenAI ର ChatGPT ସହ ରିଡାଇରେକ୍ଟ କରିସାରିଛି। ଏଥିପାଇଁ ସେ ୧୫ ମିଲିନ ଆମେରିକୀୟ ଡଲାରରୁ ଅଧିକରେ ଡିଲ୍ କରିଛନ୍ତି।
Chat Dot com ଇଣ୍ଟର ନେଟ୍ ଦୁନିଆର ପୁରୁଣା ଡୋମେନ୍ଙ୍କ ଭିତରୁ ଅନ୍ୟତମ। ଏହାକୁ ସେପ୍ଟେମ୍ବର ୧୯୯୬ରେ ରେଜିଷ୍ଟର୍ଡ କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ, ଗତ ବର୍ଷ ଧର୍ମେଶ ଶାହ Chat Dot com ଅଧିଗ୍ରହଣ କରିଥିଲା, ଏଥିପାଇଁ ସେ ୧୫.୫ ମିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରିଥିଲା। ଭାରତୀୟ କରେନ୍ସିରେ ଏହାକୁ କରିବା ମାତ୍ରେ ତାହା ୧୩୦ କୋଟି ହୋଇଥାଏ।
ଧର୍ମେଶ ଚଳିତ ବର୍ଷ ମାର୍ଚ୍ଚରେ କହିସାରିଛନ୍ତି ଯେ, ସେ ଏହି ଡୋମେନ୍ର ନାଁକୁ ସେଲ୍ କରିସାରିଛନ୍ତି, ଯାହାର ସେତେବେଳେ ନାଁ କୁହାଯାଇ ନଥିଲା। ଏହାପରେ ଧର୍ମେଶ ଶାହ ନିକଟରେ ନିଜେ ଏକ୍ସ ପ୍ଲାଟଫର୍ମରେ ପୋଷ୍ଟ କରି ଏହି ଡିଲ୍ ବିଷୟରେ କହିଛନ୍ତି। OpenAIର ସିଇଓ ସାମ୍ ଅଲ୍ଟମାନ୍ ମଧ୍ୟ ଏହି ଡିଲ୍କୁ ନେଇ ଏକ ଛୋଟିଆ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ କେବଳ Chat. Com ଲେଖା ଯାଇଛି। OpenAI ଏହି ଡୋମେନ୍ଙ୍କୁ ୧୫ ମିଲିୟନ ଡଲାରରୁ ଅଧିକ ଟଙ୍କାରେ କିଣିଛି। ଶାହ କହିଛନ୍ତି, ତାଙ୍କୁ ଏହି ଡିଲ୍ରେ OpenAIର ଶେୟାର ମିଳିଛି। ତେବେ ସେ ପୁରା ଡିଲ୍ ବିଷୟରେ ଖୁଲାସା କରି ନାହାନ୍ତି।