ନୂଆଦିଲ୍ଲୀ,୦୭/୦୫: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ, ଭାରତ ଆତଙ୍କବାଦୀଙ୍କ ବିରୁଦ୍ଧରେ ଅପରେସନ ସିନ୍ଦୂର ଆରମ୍ଭ କରିଛି ଏବଂ ପାକ୍ ଅଧିକୃତ କାଶ୍ମୀର ଏବଂ ପାକିସ୍ତାନରେ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କରିଛି ସୀମା ସୁରକ୍ଷା ବଳ। ଏହି ଏୟାରଷ୍ଟ୍ରାଇକ୍ ପରେ, ଭାରତୀୟ ସେନା ଏକ୍ସ ରେ ସୂଚନା ଦେଇଥିଲା ଏବଂ ଲେଖିଥିଲା;, "ନ୍ୟାୟ ହୋଇଛି। ଜୟ ହିନ୍ଦ।" ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ପାକିସ୍ତାନ ଏବଂ ପାକ୍ ଅଧିକୃତ ଜମ୍ମୁ ଏବଂ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରାଯାଇଛି।



ଭାରତୀୟ ସେନା କହିଛି, "କୌଣସି ପାକିସ୍ତାନୀ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇ ନାହିଁ। ଭାରତ ଲକ୍ଷ୍ୟ ଚୟନ ଏବଂ କାର୍ଯ୍ୟାନ୍ୱୟନ ପଦ୍ଧତିରେ ବହୁତ ସଂଯମତା ପ୍ରଦର୍ଶନ କରିଛି।" ସୂତ୍ର ଅନୁଯାୟୀ, ଆକ୍ରମଣରେ ଭାରତୀୟ ସେନା, ନୌସେନା ଏବଂ ବାୟୁସେନାର ତିନି ବାହିନୀର ପ୍ରିସିସନ୍ ଷ୍ଟ୍ରାଇକ୍ ଅସ୍ତ୍ର ପ୍ରଣାଳୀ ବ୍ୟବହାର କରାଯାଇଥିଲା। ଏଥିରେ ଲୋଇଟରିଂ ଅସ୍ତ୍ରଶସ୍ତ୍ର ମଧ୍ୟ ବ୍ୟବହାର କରାଯାଇଛି।ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ ପାଇଁ ଗୁଇନ୍ଦା ସଂସ୍ଥାଗୁଡ଼ିକ ସମନ୍ୱୟ ପ୍ରଦାନ କରିଥିଲେ। ଏହି ଆକ୍ରମଣଗୁଡ଼ିକ ଭାରତ ମାଟିରୁ ହିଁ କରାଯାଇଛି।'