ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଏୟାରଷ୍ଟ୍ରାଇକ୍ ପରେ ପାକିସ୍ତାନର ଧମକ, କହିଲା- ପରିଣାମ ପାଇଁ ଦାୟୀ ରହିବ ଭାରତ...

Published By : Harapriya Biswal | May 7, 2025 4:40 PM

ନୂଆଦିଲ୍ଲୀ,୭।୫: ପହଲଗାମ୍‌ ଆତଙ୍କୀ ହମଲାର ବଡ଼ ଜବାବ୍ ଦେଇଛି ଭାରତ। ‘ଅପରେସନ୍ ସିନ୍ଦୂର’ଏବେ ପାକିସ୍ତାନକୁ କରିଛି ଭୟଭୀତ। ଭାରତର ଆକ୍ରମଣ ଯୋଗୁଁ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି ପାକିସ୍ତାନ । ଭାରତର ଆକ୍ରମଣ ଜବାବରେ ଆକ୍ରମଣ କରିବାକୁ ପାକ୍ ସେନା ଓ ସରକାର ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ପାକ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାକିସ୍ତାନ ସେନାକୁ ଅନୁମତି ପ୍ରଦାନ କରିଛନ୍ତି । ଏଥିପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ତୁରନ୍ତ ଏକ ବୈଠକ ଡକାଇଥିଲେ। ରାଷ୍ଟ୍ରୀୟ ସୁରକ୍ଷା ସମିତି(ଏନ୍‌ଏସ୍‌ସି) ବୈଠକରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌, ସେନା ମୁଖ୍ୟ ମୁନିରଙ୍କ ସହ ଅନ୍ୟ ସବୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଏହି ସମୟରେ ପାକିସ୍ତାନ କହିଛି ଆମେ କେବେ ବି ଏହି ଆକ୍ରମଣକୁ ବରଦାସ୍ତ କରିବୁନି। ଏବେ ଯାହା ପରିଣାମ ହେବ, ସେଥିପାଇଁ ଭାରତ ଦାୟୀ ହେବ। 

ଏହି ବୈଠକରେ କୁହାଯାଇଛି ଭାରତର କାର୍ଯ୍ୟାନୁଷ୍ଠାନ  ଉପସାଗରୀୟ ଦେଶର ବାଣିଜ୍ୟିକ ଏୟାରଲାଇନ୍ସର ଅଧିକ କ୍ଷତି କରିଛି। ଫଳରେ ହଜାର ହଜାର ଯାତ୍ରୀଙ୍କ ଜୀବନ ବିପଦରେ ପଡିଯାଇଛି। ପାକିସ୍ତାନ କହିଛି, ଜାତିସଂଘର ଚାର୍ଟର ଧାରା-୫୧ ଅନୁସାରେ, ପାକିସ୍ତାନକୁ   ଆତ୍ମରକ୍ଷାର ଅଧିକାର ପାକିସ୍ତାନର ରହିଛି । ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ପାକିସ୍ତାନ ନିଜେ ସ୍ଥାନ, ସମୟ ଓ ପଦ୍ଧତି ନିଶ୍ଚିତ କରିବ । ପାକିସ୍ତାନ ସରକାର ଓ ସେନା ଭାରତର ଏହି ଆକ୍ରମଣକୁ ନିନ୍ଦା କରିଥିଲେ ଓ ଏହା ଦ୍ବାରା ନିରୀହ ନାଗରିକ, ମହିଳା ଓ ଶିଶୁମାନଙ୍କୁ ଟାର୍ଗେଟ୍ କରାଯାଉଛି । ଏହା ପାକିସ୍ତାନର ସାର୍ବଭୌମତ୍ବର ହନନ ବୋଲି ପାକ ସରକାର କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.