ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପାକିସ୍ତାନ ୩୬ଟି ସ୍ଥାନରେ ଆକ୍ରମଣ ପାଇଁ ଉଦ୍ୟମ କରିଥିଲା : ସୋଫିଆ କୁରେଶୀ

Published By : Gurupada Nath | May 9, 2025 6:55 PM

ନୂଆଦିଲ୍ଲୀ, ୯/୫ :   ଅପରେସନ ସିନ୍ଦୂରକୁ ନେଇ ଭାରତୀୟ ସେନାର ଅଭିଯାନ ଉପରେ ଶୁକ୍ରବାର ସନ୍ଧ୍ୟା ୫.୩୦ମିନିଟରେ ସ୍ପେଶାଲ ବ୍ରିଫିଂ ହୋଇଛି । ଯେଉଁଥିରେ ପାକିସ୍ତାନର ମନ୍ଦ ଷଡ଼ଯନ୍ତ୍ରର ସତ୍ୟ ଭାରତୀୟ ଅଧିକାରୀ କହିଛନ୍ତି । ଏହି ପ୍ରେସ ମିଟରେ ଭାରତର ବିଦେଶ ସଚିବ ବିକ୍ରମ ମିଶରୀ, କର୍ଣ୍ଣଲ ସୋଫିଆ କୁରେଶୀ ଏବଂ ଓ୍ବିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ପାକିସ୍ତାନର ଏହି ଷଡ଼ଯନ୍ତ୍ର ଏବଂ ତା’ ପରେ ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନର ସୂଚନା ଦେଇଛନ୍ତି । ଭାରତ ଏବଂ ପାକିସ୍ତାନ ଉତ୍ତେଜନା ମଧ୍ୟରେ ବିଦେଶ ମନ୍ତ୍ରଣାଳୟର ଏହା ଲଗାତର ଭାବେ ତୃତୀୟ ପ୍ରେସମିଟ୍ । ଏହା ପୂର୍ବରୁ ୭ ଏବଂ ୮ମଇରେ ବି ସରକାରଙ୍କ ତରଫରୁ ଅପରେସନ ସିନ୍ଦୂରର ସୂଚନା ଦିଆଯାଇଥିଲା ।

ସୋଫିଆ କୁରେଶୀ କହିଛନ୍ତି, ୮-୯ ମଇ ମଧ୍ୟ ରାତ୍ରିରେ ସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରିବା ପାଇଁ ଭାରତୀୟ ବାୟୁ ସୀମା ଉଲ୍ଲଂଘନ କରାଯାଇଥିଲା। ଅନ୍ତର୍ଜାତୀୟ ସୀମା ଲେହରୁ ସର କ୍ରିକ ପର୍ଯ୍ୟନ୍ତ ୩୬ଟି ସ୍ଥାନରେ ଆକ୍ରମଣ କରାଯାଇଥିଲା। ଭାରତୀୟ ସୈନ୍ୟ ବାହିନୀ ଏହି ଡ୍ରୋନଗୁଡ଼ିକ ମଧ୍ୟରୁ ଅନେକକୁ ଖସାଇ ଦେଇଛନ୍ତି। ସେହିଭଳି କର୍ଣ୍ଣେଲ କୁରେଶୀ କହିଛନ୍ତି ଯେ ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖାର ୩୬ଟି ସ୍ଥାନରେ ଅନୁପ୍ରବେଶ ପାଇଁ ୩୦୦-୪୦୦ଡ୍ରୋନ ବ୍ୟବହାର କରାଯାଇଥିଲା। ଭାରତ ଏହି ଡ୍ରୋନ ଗୁଡ଼ିକ ମଧ୍ୟରୁ ଅନେକକୁ ଖସାଇ ଦେଇଛି।

ସେମାନଙ୍କର ଲକ୍ଷ୍ୟ ଥିଲା ବାୟୁ ପ୍ରତିରକ୍ଷା ପ୍ରଣାଳୀ ବିଷୟରେ ଗୁଇନ୍ଦା ସୂଚନା ସଂଗ୍ରହ କରିବା। ଏ ଗୁଡ଼ିକ ତୁର୍କୀର ଡ୍ରୋନ ଥିଲା। ତା’ର ତଦନ୍ତ କରାଯାଉଛି। ସେଠାରେ ଏକ ୟୁଏଭି ମଧ୍ୟ ଥିଲା, ଯାହାକୁ ନିଷ୍କ୍ରିୟ କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏ ଗୁଡ଼ିକ ସମସ୍ତ ତୁର୍କୀ ଡ୍ରୋନ୍ ଥିଲା।  ସୀମାରେ ମଧ୍ୟ ଗୁଳିଚାଳନା ହୋଇଥିଲା। ଏଥିରେ କିଛି ଭାରତୀୟ ସୈନିକ ଆହତ ହୋଇଥିଲେ। ପାକିସ୍ତାନରେ ମଧ୍ୟ ବହୁତ କ୍ଷତି ହୋଇଛି। ଏହା ପୂର୍ବରୁ ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଅଧିକାରୀମାନେ କହିଥିଲେ ଯେ ପାକିସ୍ତାନର ସମ୍ପ୍ରତି ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନର ଏକ ସଂଯମ, କେନ୍ଦ୍ରିତ ଏବଂ ସଠିକ୍ ଜବାବ ଦିଆଯାଇଛି।

ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ କହିଛନ୍ତି, ପାକିସ୍ତାନ ଏଲଓସିରେ ପ୍ରବଳ ଗୁଳିମାଡ଼ କରିଛି, ଯେଉଁଥିରେ କିଛି ସୈନିକ ଆହତ ହୋଇଛନ୍ତି। ୭ ମଇ, ୨୦୨୫ ରେ ରାତି ୮:୩୦ ରେ ଏକ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରାଯାଇଥିଲା ଏବଂ ସେହି ସମୟ ମଧ୍ୟରେ ଆକାଶପଥ ବନ୍ଦ ହୋଇନଥିଲା। ସାଧାରଣ ନାଗରିକମାନଙ୍କୁ ଢାଲ ଭାବରେ ବ୍ୟବହାର କରାଯାଉଥିଲା। କୁହାଯାଇଥିଲା କି, ପଞ୍ଜାବ ସେକ୍ଟରରେ ହାଇ ଏୟାର ଡିଫେନ୍ସ ଆଲର୍ଟ ସମୟରେ, ଆମର ଏୟାରସ୍ପେସ ବେସାମରିକ ବିମାନ ପାଇଁ ବନ୍ଦ ଅଛି, କିନ୍ତୁ ଏକ ବେସାମରିକ ବିମାନ ପାକିସ୍ତାନର ଅଞ୍ଚଳରେ ଚଳାଚଳ କରୁଥିଲା। ଭାରତୀୟ ବାୟୁସେନା ଏହାର ପ୍ରତିକ୍ରିୟାରେ ସଂଯମତା ଦେଖାଇଲା ଏବଂ ଅନ୍ତର୍ଜାତୀୟ ବେସାମରିକ ବିମାନ ସେବାର ସୁରକ୍ଷା ସୁନିଶ୍ଚିତ କଲା।

ବୈଦେଶିକ ସଚିବ ବିକ୍ରମ ମିଶରୀ କହିଛନ୍ତି ଯେ, ପାକିସ୍ତାନ ଦ୍ୱାରା ଉତ୍ତେଜନାମୂଳକ କାର୍ଯ୍ୟ ନିଆଯାଇଥିଲା, ସେମାନେ ଭାରତୀୟ ସହର ଏବଂ ବେସାମରିକ ଭିତ୍ତିଭୂମି ଏବଂ କିଛି ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଥିଲେ। ଭାରତୀୟ ସାମରିକ ୟୁନିଟଗୁଡ଼ିକ ଏହାର ଜବାବ ଦେଇଥିଲେ। ସେ ଆହୁରି କହିଛନ୍ତି ଯେ ପାକିସ୍ତାନ ଦାବି କରୁଛି ଯେ ସେମାନେ କୌଣସି ଧାର୍ମିକ ସ୍ଥଳ ଉପରେ ଆକ୍ରମଣ କରିନାହାଁନ୍ତି। ମାତ୍ର ବାସ୍ତବତା ହେଉଛି ସେମାନେ ପୁଞ୍ଝର ଗୁରୁଦ୍ୱାର ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣର ଦାୟିତ୍ୱ ନେବା ପରିବର୍ତ୍ତେ, ପାକିସ୍ତାନ କହୁଛି ଯେ ଭାରତୀୟ ସେନା ଏହା କରୁଛି। ଗୁରୁଦ୍ୱାର ଉପରେ ହୋଇଥିବା ଆକ୍ରମଣରେ କିଛି ଶିଖ ସଦସ୍ୟଙ୍କ ମଧ୍ୟ ମୃତ୍ୟୁ ହୋଇଛି। ପାକିସ୍ତାନ କହୁଛି ଯେ ଆମେ ଆମ ନିଜ ସହର ଉପରେ ଆକ୍ରମଣ କରୁଛୁ, ଏହା କେବଳ କଳ୍ପନା।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.