ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

S-400 ର ଅପୂର୍ବ ସଫଳତା ପରେ ଭାରତକୁ S-500 ଦେବାକୁ ପ୍ରସ୍ତାବ ଦେଇଛି ରୁଷ୍, ଜାଣନ୍ତି କି S-400 ଅପେକ୍ଷା ଏହା କେତେ ଅଧିକ ଶକ୍ତିଶାଳୀ ?

Published By : Prameya | May 12, 2025 6:15 PM

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତର ଏୟାର ଡିଫେନ୍‌ସ ସିଷ୍ଟମ ଚମତ୍କାର ପ୍ରଦର୍ଶନ କରିଛି। ପାକିସ୍ତାନ ପକ୍ଷରୁ ଆସୁଥିବା ସମସ୍ତ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ମଝି ରାସ୍ତାରେ ହିଁ ଅଟକାଇ ବିଫଳ ଦିଆଯାଇଛି। ପାକିସ୍ତାନର ସମସ୍ତ ପ୍ରୟାସ ସତ୍ତ୍ୱେ, ଏହା ଭାରତର ଏୟାର ଡିଫେନ୍‌ସ ସିଷ୍ଟମକୁ ପରାସ୍ତ କରିବାରେ ବିଫଳ ହୋଇଥିଲା। ଋଷିଆର S-400 ଭାରତର ଶକ୍ତିଶାଳୀ ଏୟାର ଡିଫେନ୍‌ସ ସିଷ୍ଟମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ଯାହାକି ଆକାଶରେ ପାକିସ୍ତାନ ପକ୍ଷରୁ ଛଡ଼ାଯାଇଥିବା ତୁର୍କୀ ଏବଂ ଚୀନ୍ ଡ୍ରୋନକୁ ଖସାଇ ଦେଇଛି। ତେବେ S-400ର ଅଭୂତ ସଫଳତା ଦେଖି, ରୁଷ ଏବେ ଭାରତକୁ S-500ର ମିଳିତ ଉତ୍ପାଦନ ପାଇଁ ପ୍ରସ୍ତାବ ଦେଇଛି। ଏପରି ପରିସ୍ଥିତିରେ ଏବେ ଆସନ୍ତୁ ଜାଣିବା S-500, S-400 ଅପେକ୍ଷା କେତେ ଅଧିକ ଶକ୍ତିଶାଳୀ…

ଭାରତ ପାଖରେ ଥିବା S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ ବା ଏୟାର ଡିଫେନ୍‌ସ ସିଷ୍ଟମ ଅପେକ୍ଷା S-500 ଡିଫେନ୍ସ ବହୁତ ଅଧିକ ଶକ୍ତିଶାଳୀ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, S-500 ଏକ ମହାକାଶ-ପ୍ରତିରକ୍ଷା ସକ୍ଷମ ପ୍ରଣାଳୀ ଏବଂ ଏହା ବହୁସ୍ତରୀୟ ଏବଂ ବହୁ-ଲକ୍ଷ୍ୟଯୁକ୍ତ ମଧ୍ୟ। ଯଦି ସରଳ ଭାଷାରେ କହିବା, ଏହା ଏକ ପ୍ରତିରକ୍ଷା ପ୍ରଣାଳୀ ଯାହା ମହାକାଶରେ ମଧ୍ୟ ସୁରକ୍ଷା ଦେଇପାରିବ, ଏଥିରେ ଅନେକ ସ୍ତର ମଧ୍ୟ ଅଛି ଯାହା ଏକକାଳୀନ ଅନେକ ଲକ୍ଷ୍ୟକୁ ଟାର୍ଗେଟ କରିପାରିବ। ଏହା ଶତ୍ରୁପକ୍ଷର ଲଢ଼ୁଆ ବିମାନ, କ୍ରୁଜ୍ କ୍ଷେପଣାସ୍ତ୍ର, ହାଇପରସୋନିକ୍ କ୍ଷେପଣାସ୍ତ୍ର, ଏବଂ ପୃଥିବୀର ନିମ୍ନ କକ୍ଷପଥରେ ଏହାର ଗୁପ୍ତଚର ଉପଗ୍ରହକୁ ଖସାଇ ପାରିବ। କୁହାଯାଉଛି ଯେ ଭୂମି ଉପରେ ଏହି ବାୟୁ ପ୍ରତିରକ୍ଷା ପ୍ରଣାଳୀର ପରିସର ପ୍ରାୟ ୨ ଶହ କିଲୋମିଟର। ଏହା ବ୍ୟତୀତ, କୁହାଯାଏ ଯେ ଏହା ବିଶ୍ୱର ଏକମାତ୍ର ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଯାହାର ସୀମା ୬ଶହ କିଲୋମିଟର ଏବଂ ଏହା ସେହି ସୀମାରେ ମାକ୍-20 ଗତିରେ ଏକକାଳୀନ ୧୦ଟି ଲକ୍ଷ୍ୟକୁ ଅଟକାଇ ପାରିବ।

ଏବେ ଆସନ୍ତୁ ଜାଣିବା S-400 ଅପେକ୍ଷା S-500 କେତେ ଅଧିକ ଆଧୁନିକ ଏବଂ ଶକ୍ତିଶାଳୀ ?

ରୁଷିଆର S-500 ଏହାର S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ ସଂସ୍କରଣ ଅପେକ୍ଷା ବହୁତ ଉନ୍ନତ। ଏହା ଏକ ଅତ୍ୟାଧୁନିକ ପ୍ରତିରକ୍ଷା ପ୍ରଣାଳୀ। S-400 କେବଳ ଏକ ବାୟୁ ପ୍ରତିରକ୍ଷା ପ୍ରଣାଳୀ । ହେଲେ S-500 ମହାକାଶରେ ଶତ୍ରୁ ଉପଗ୍ରହକୁ ମଧ୍ୟ ଖସାଇ ଦେବାର କ୍ଷମତା ରଖିଥାଏ । S-400 ଯୁଦ୍ଧ ବିମାନ, ଡ୍ରୋନ୍, କ୍ରୁଜ୍ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଟାର୍ଗେଟ କରିପାରିବ । ହେଲେ S-500 ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ମଧ୍ୟ ଅଟକାଇ ଖସାଇ ପାରିବ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.