ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ରାଜ୍ୟ କମିଟି ପୂର୍ବରୁ ଜିଲ୍ଲା ସଜାଡ଼ୁଛି କଂଗ୍ରେସ, ପ୍ରତି ଜିଲ୍ଲା ଗସ୍ତ କରୁଛନ୍ତି ପିସିସି ସଭାପତି, ପ୍ରଭାରୀ ଓ ସହ ପ୍ରଭାରୀ

Published By : Prameya | May 12, 2025 12:15 PM

ଭୁବନେଶ୍ୱର,୧୨/୦୫: ରାଜ୍ୟରେ କମିଟି ଗଢ଼ା ହେବା ପୂର୍ବରୁ ଜିଲ୍ଲାରେ ଦଳର ସ୍ଥିତିକୁ ସଜାଡ଼ୁଛି  କଂଗ୍ରେସ । ପ୍ରତି ଜିଲ୍ଲାକୁ ଗସ୍ତ କରୁଛନ୍ତି ଖୋଦ ପିସିସି ସଭାପତି ଭକ୍ତଚରଣ  ଦାସ । ପୁଣି କେବେ ପ୍ରଭାରୀ ଅଜୟ  କୁମାର ଲଲ୍ଲୁ ଓ ସହ ପ୍ରଭାରୀ ରୋଜାଲିନ୍‌  ତିର୍କୀଙ୍କୁ ସାଙ୍ଗରେ ନେଇ ଯାଉଛନ୍ତି । ଗସ୍ତ  ବେଳେ ପୂର୍ବରୁ ଥିବା ଜିଲ୍ଲା କଂଗ୍ରେସ  ସଭାପତି ଓ ବରିଷ୍ଠ ନେତାଙ୍କ ସାଙ୍ଗଠନିକ  ଦକ୍ଷତାକୁ ପରଖୁଛନ୍ତି । ଆଗାମୀ ଦିନରେ  ଜିଲ୍ଲା କଂଗ୍ରେସ କମିଟି ଘୋଷଣା ପୂର୍ବରୁ  ନେତାଙ୍କ ଦମ୍‌ ଦେଖୁଛନ୍ତି । ଆଗାମୀ  ଦିନରେ କଂଗ୍ରେସର ସ୍ଥିତି ମଜଭୁତ  କରିବା ପାଇଁ ଲଢ଼ୁଆ ଓ ଟାଣୁଆ ନେତାଙ୍କୁ  ବାଛି ବାଛି ମଇଦାନରେ ଲଢ଼ିବାକୁ ପ୍ରସ୍ତୁତ  କରୁଛନ୍ତି ଭକ୍ତ ।  

ଭକ୍ତ ପିସିସି ସଭାପତି ହେବାକୁ  ୩ ମାସ ହେଲାଣି । ତଥାପି ରାଜ୍ୟ  କଂଗ୍ରେସ କମିଟି ଗଢ଼ା ଯାଇପାରୁନି । ଭକ୍ତ  ଫେବ୍ରୁଆରୀ ୧୧ରେ ପିସିସି ସଭାପତି  ହୋଇଥିବା ବେଳେ ଏପ୍ରିଲ ୧୫ ବେଳକୁ  ଏଆଇସିସି ପିସିସି କମିଟି ଅନୁମୋଦନ  କରିବା ପରିବର୍ତ୍ତେ ଏକ ରାଜନୈତିକ ବ୍ୟପାର କମିଟି ଗଢ଼ି ଓଡ଼ିଶା ନେତାଙ୍କୁ  ସନ୍ତୁଷ୍ଟ ହୋଇ କାମ କରିବାକୁ ବାର୍ତ୍ତା  ଦେଇଥିଲା । ତେବେ କମିଟି ଗଢ଼ିବା  ନେଇ ପ୍ରଭାରୀ ଲଲ୍ଲୁ କହିଥିଲେ, ସମସ୍ତ  ଜିଲ୍ଲା ଗସ୍ତ ପରେ ହିଁ କମିଟି ଗଢ଼ାଯିବ । ଫଳରେ ଏବେ ପିସିସି ସଭାପତି ଭକ୍ତ,  ପ୍ରଭାରୀ ଲଲ୍ଲୁ ଓ ସହ ପ୍ରଭାରୀ ରୋଜାଲିନ୍‌  ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି । ସେଠାରେ  ପୂର୍ବରୁ ଥିବା ଜିଲ୍ଲା କଂଗ୍ରେସ ସଭାପତିଙ୍କ  ପାରିବା ପଣିଆକୁ ଯାଞ୍ଚ କରୁଛନ୍ତି । ପୁଣି ସେହି ପୂର୍ବତନ ଜିଲ୍ଲା ସଭାପତିଙ୍କୁ ଦାୟିତ୍ୱ  ଦେଲେ ଭଲ ହେବ, ନା ନୂଆ ଜିଲ୍ଲା  କଂଗ୍ରେସ ସଭାପତି କରାଯିବ, ପଚାରି  ବୁଝୁଛନ୍ତି । ପ୍ରତି ଜିଲ୍ଲାରେ ଗସ୍ତ ସମୟରେ  ରାଲି ଓ ସମାବେଶ କରାଯାଉଛି ।  ଯାହା ଦ୍ୱାରା ସେଠାକାର ନେତାଙ୍କର  ଲୋକପ୍ରିୟତା ଓ ସାଙ୍ଗଠନିକ ଦକ୍ଷତା  ସମ୍ପର୍କରେ ଜାଣି ପାରୁଛନ୍ତି ।  

ଭକ୍ତ ପିସିସି ସଭାପତି ହେବା  ମାତ୍ରେ ଭୁବନେଶ୍ୱର ବିମାନବନ୍ଦରରୁ  ପୁରୀ ଜଗନ୍ନାଥ ମନ୍ଦିର ଗସ୍ତ  କରିଥିଲେ । ଉଭୟ ଜିଲ୍ଲାର ନେତାଙ୍କୁ  ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ଦାୟିତ୍ୱ  ଦେଇଥିଲେ । ସେଠାରେ ସଙ୍ଗଠନ  ପରଖିଥିଲେ । ନିକଟରେ କଟକ ଜିଲ୍ଲା  ଗସ୍ତ କରିଥିଲେ । ତ୍ରିରଙ୍ଗା ଯାତ୍ରାରେ  ଭାଗ ନେଇଥିଲେ । ସେହି ବାହନାରେ  କଟକରେ ପୂର୍ବତନ ବିଧାୟକ ମହମ୍ମଦ  ମୋକିମଙ୍କ ସଙ୍ଗଠନକୁ ଦେଖିଥିଲେ ।  ଗତ ସପ୍ତାହରେ ଢ଼େଙ୍କାନାଳ ଜିଲ୍ଲା ଗସ୍ତ  କରି ମଶାଲ ଶୋଭାଯାତ୍ରାରେ ଭାଗ  ନେଇଥିଲେ । ପରେ ସମ୍ବିଧାନ ବଞ୍ଚାଅ  ସମାବେଶରେ ଯୋଗ ଦେବା ସହ ସହିଦ  ବାଜି ରାଉତ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ  ନନ୍ଦିନୀ ଶତପଥୀଙ୍କ ପ୍ରତିମୂର୍ତ୍ତିରେ  ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପୂର୍ବତନ ପିସିସି  ସଭାପତି କାମାକ୍ଷା ପ୍ରସାଦ ସିଂହଦେଓଙ୍କୁ  ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ ।  ଅନୁଗୁଳ ଜିଲ୍ଲାରେ ମଧ୍ୟ ସମ୍ବିଧାନ ବଞ୍ଚାଅ  ସମାବେଶରେ ଯୋଗ ଦେଇଥିଲେ ।  ନ୍ୟାୟ ପଥ କାର୍ଯ୍ୟକ୍ରମରେ ଦେବଗଡ଼  ଜିଲ୍ଲା ଯାଇଥିଲେ । ପୁରୀ ଜିଲ୍ଲାର ନିମାପଡ଼ା  ଓ ବ୍ରହ୍ମଗିରିର କଂଗ୍ରେସ ନେତାଙ୍କୁ  ଡକାଇ ପିସିସି କାର୍ଯ୍ୟାଳୟରେ ବୈଠକ  କରିଥିଲେ ।  

ସେହିପରି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଉପଖଣ୍ଡସ୍ତରୀୟ  କର୍ମୀ ସମ୍ମିଳନୀରେ  ଯୋଗ ଦେଇଥିଲେ  ପିସିସି ସଭାପତି ।  ଧର୍ମଗଡ଼ରେ କର୍ମୀ ସମ୍ମିଳନୀ  ହୋଇଥିଲା । ଗଞ୍ଜାମ ଜିଲ୍ଲା ପାଟପୁର ଗସ୍ତ  କରିଥିଲେ । ମୟୂରଭଞ୍ଜରେ ମଧ୍ୟ ଦଳୀୟ  କାର୍ଯ୍ୟକ୍ରମରେ ଯୋଗ ଦେଇ ସଙ୍ଗଠନ  ସ୍ଥିତି ସମ୍ପର୍କରେ ବୁଝିଥିଲେ । ବାଲେଶ୍ୱର  ଗସ୍ତ ବେଳେ ପୂର୍ବରୁ ଲୋକସଭା ପ୍ରାର୍ଥୀ  ହୋଇଥିବା ନବଜ୍ୟୋତି ପଟ୍ଟନାୟକ ଓ  ପୂର୍ବର ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ  ଗିରିଙ୍କ ନିକଟରୁ ସାଙ୍ଗଠନିକ ସ୍ଥିତି  ଜାଣିଥିଲେ । ଭଦ୍ରକ ସହରରେ ପୂର୍ବତନ  ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ  ଅସିତ ପଟ୍ଟନାୟକ(ବୁଲୁ)ଙ୍କ ନେତୃତ୍ୱରେ  ବିଶାଳ ଶୋଭାଯାତ୍ରାରେ ଯୋଗ  ଦେଇଥିଲେ । ପୂର୍ବତନ ସାଂସଦ ଅନନ୍ତ  ପ୍ରସାଦ ସେଠୀ ଓ ବୁଲୁଙ୍କୁ ମିଳିତ ଭାବେ  କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।  ଯାଜପୁରକୁ ବାରମ୍ବାର ଗସ୍ତ କରିବା ସହିତ  ବନ୍ଦିତା ପଟ୍ଟନାୟକ, ଦେବାଶିଷ ନାୟକଙ୍କ  ସମେତ ଅନ୍ୟମାନଙ୍କୁ ଦଳର ପୂର୍ବ ସ୍ଥିତି  ଫେରାଇ ଆଣିବାକୁ ଆହ୍ୱାନ ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.