ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଖୁବ୍‌ଶୀଘ୍ର ପରଦାକୁ ଆସୁଛି ‘ଭାବାନ୍ତର’, ଦେଖିବାକୁ ମିଳିବ ନିଆରା ପ୍ରେମ କାହାଣୀ

Published By : Prameya | May 11, 2025 11:21 AM

ଭୁବନେଶ୍ୱର ୧୧/୦୫: ଶ୍ରୀତମ, ଶ୍ରାବଣୀ ଓ ମିଲନ୍‌ ‘ଭାବାନ୍ତର’ ଚଳଚ୍ଚିତ୍ରର ତିନି ଗୁରୁତ୍ୱପୂର୍ଣ୍ଣ ଚରିତ୍ର । ଶ୍ରୀତମ ବିବାହ କରେ  ଶ୍ରାବଣୀକୁ । କିନ୍ତୁ ବାସର ରାତିରେ ତା’ର ସବୁ ଖୁସି ପାଣିଚିଆ ହୋଇଯାଏ । ତାକୁ ଆଶ୍ଚର୍ଯ୍ୟ କରି ଶ୍ରାବଣୀ  କହେ, ସେ ମିଲନ୍‌କୁ ପ୍ରେମ କରୁଥିଲା । ତାକୁ ହିଁ ମନେ ମନେ ସେ ପତି ଭାବେ ଗ୍ରହଣ କରିନେଇଛି । ତେଣୁ  ଶ୍ରୀତମ ଯେମିତି ତାକୁ ନ ଛୁଏଁ । ଶ୍ରୀତମ ବିନା ପ୍ରତିବାଦରେ ଶ୍ରାବଣୀର କଥା ମାନିନିଏ । ଦିନେ ନା ଦିନେ ମିଲନ୍‌ ସହ ତା’ର ଭେଟ କରାଇବ ବୋଲି କଥା ଦିଏ । ଏହା ସହିତ ଶ୍ରାବଣୀ ସାମ୍ନାରେ ସର୍ତ୍ତ ମଧ୍ୟ ବାଢ଼େ, ଯେଉଁ ଦିନ ପର୍ଯ୍ୟନ୍ତ ମିଲନ୍‌ ସହ ତା’ର ସାକ୍ଷାତ ନ ହୋଇଛି, ସେତେବେଳ ଯାଏଁ ସେମାନେ ବାପା, ମା’ଙ୍କ ସାମ୍ନାରେ ପତି-ପତ୍ନୀର ଅଭିନୟ କରିବେ । ତାହା ହିଁ ହୁଏ । ସମୟକ୍ରମେ ଶ୍ରାବଣୀ ଏକ ପୁତ୍ର ସନ୍ତାନ ଜନ୍ମ  ଦିଏ । 

ଅନ୍ୟପକ୍ଷରେ ମିଲନ୍‌ ନିଜକୁ ଶୁଭମ୍‌ ପରିଚୟ ଦେଇ ଶ୍ରାବଣୀକୁ ଭେଟେ କିନ୍ତୁ ଶ୍ରାବଣୀ ତାକୁ ଗ୍ରହଣ  ନ କରିବାରୁ ସେ ସହର ଛାଡ଼ି ପଳାଏ । ଶେଷରେ କ’ଣ ହୁଏ? ମିଲନ୍‌ ଫେରିଆସେ କି? କାହାଣୀର ସୁଖଦ  ପରିସମାପ୍ତି ହୁଏ ନା ନାହିଁ? ଏ ସମସ୍ତ ପ୍ରଶ୍ନର ଉତ୍ତର ହିଁ ‘ଭାବାନ୍ତର’ ଚଳଚ୍ଚିତ୍ରର କଥାବସ୍ତୁ । ଫିଲ୍ମର ମୁଖ୍ୟ  ଚରିତ୍ରରେ ଅଭିଷେକ, ସୂର୍ଯ୍ୟମୟୀ ଅଭିନୟ କରିଥିବାବେଳେ ଅନ୍ୟାନ୍ୟ ଚରିତ୍ରରେ ସରୋଜ ନନ୍ଦ, ରବି ତ୍ରିପାଠୀ, ବିନାୟକ ମିଶ୍ର, ମମତା ସାହୁ ଓ ପ୍ରିୟା ବିଶୋଇ ପ୍ରମୁଖ ନଜର ଆସିବେ । ଫିଲ୍ମର କାହାଣୀ ରଚନା  କରିଛନ୍ତି ଅଜୟ ମହାପାତ୍ର, ଚିତ୍ରନାଟ୍ୟ, ସଂଳାପ ଲେଖିବା ସହ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଖ୍ୟାତ ଚଳଚ୍ଚିତ୍ର ଓ  ମଞ୍ଚ ନାଟକ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର । ଦେବଦାସ ଛୋଟରାୟଙ୍କ ଲିଖିତ ଗୀତକୁ ସଂଗୀତରେ ସଜାଇଛନ୍ତି  ଶକ୍ତି ପ୍ରସାଦ ମିଶ୍ର । ଗୀତଗୁଡ଼ିକରେ ସୁସ୍ମିତା ଦାସଙ୍କ ସୁମଧୁର କଣ୍ଠସ୍ୱର ଶୁଣିବାକୁ ମିଳିବ । ଚଳଚ୍ଚିତ୍ରଟି ଖୁବ୍‌  ଶୀଘ୍ର ପ୍ରେକ୍ଷାଳୟକୁ ଆସି ଦର୍ଶକଙ୍କ ମନୋରଞ୍ଜନ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.