ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

Earthquake: ପାକିସ୍ତାନରେ ଭୂମିକମ୍ପ, ଗୋଟିଏ ସପ୍ତାହରେ ତୃତୀୟ ଝଟ୍‌କା

Published By : Tapas Panda | May 12, 2025 5:02 PM

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଭିତରେ ପୁଣି ଥରେ ଥରି ଉଠିଛି ପାକିସ୍ତାନ ମାଟି । କୌଣସି ଭାରତୀୟ କ୍ଷେପଣାସ୍ତ୍ର କିମ୍ବା ଡ୍ରୋନ ଦ୍ୱାରା ନୁହେଁ ବରଂ ଭୂମିକମ୍ପ ଦ୍ୱାରା ଥରିଛି ପାକିସ୍ତାନ । ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ୪.୬  ଏବଂ ଗଭୀରତା ୧୦ କିଲୋମିଟର ପର୍ଯ୍ୟନ୍ତ ଥିବା କୁହାଯାଉଛି । ଗୋଟିଏ ସପ୍ତାହ ମଧ୍ୟରେ ପାକିସ୍ତାନରେ ଏହା ତୃତୀୟ ଭୂମିକମ୍ପ । 




ସେହିପରି ସୋମବାର (ମେ’ ୫) ମଧ୍ୟ ପାକିସ୍ତାନରେ ଭୂମିକମ୍ପ ହୋଇଥିଲା । ଭୂମିକମ୍ପର ତୀବ୍ରତା ୪.୨  ରେକର୍ଡ କରାଯାଇଥିଲା। NCS ଅନୁଯାୟୀ, ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ହୋଇଥିଲା । ଫଳରେ ପରବର୍ତ୍ତୀ ଝଟକା ହେବାର ସମ୍ଭାବନା ଥିଲା । ଗତ କିଛି ମାସ ଧରି ପାକିସ୍ତାନରେ ୭୦ କିଲୋମିଟରରୁ କମ ଗଭୀରତାରେ ଏକାଧିକ ଭୂମିକମ୍ପ ହୋଇଛି । 

ଭୂମିକମ୍ପର ତରଙ୍ଗ କମ୍ ଦୂରତା ପର୍ଯ୍ୟନ୍ତ ଯାଏ ଏବଂ କେନ୍ଦ୍ରସ୍ଥଳ ନିକଟରେ ଅଧିକ ତୀବ୍ର କମ୍ପନ ହେବା ସହ ବିନାଶ ଘଟାଇଥାଏ। ବେଲୁଚିସ୍ତାନ ପ୍ରଦେଶ ସଂଘୀୟ ପ୍ରଶାସିତ ଆଦିବାସୀ ଅଞ୍ଚଳ । ଖୈବର ପଖତୁନଖ୍ୱା ଏବଂ ଗିଲଗିଟ-ବାଲ୍ଟିସ୍ତାନ ପ୍ରଦେଶ ୟୁରେସିଆନ୍ ପ୍ଲେଟର ଦକ୍ଷିଣ ପାର୍ଶ୍ୱରେ ଇରାନ ମାଳଭୂମିରେ ଅବସ୍ଥିତ। ଦକ୍ଷିଣ ଏସିଆରେ ସିନ୍ଧ, ପଞ୍ଜାବ ଏବଂ ପାକିସ୍ତାନ ଅଧିକୃତ ଜମ୍ମୁକାଶ୍ମୀର ପ୍ରଦେଶଗୁଡ଼ିକ ଭାରତୀୟ ପ୍ଲେଟର ଉତ୍ତର-ପଶ୍ଚିମ ପାର୍ଶ୍ୱରେ ଅବସ୍ଥିତ। ତେଣୁ, ଦୁଇଟି ଟେକ୍ଟୋନିକ୍ ପ୍ଲେଟ ପରସ୍ପର ସହିତ ଧକ୍କା ହେଉଥିବାରୁ ଏହି ଅଞ୍ଚଳରେ ଭୂମିକମ୍ପର ସମ୍ଭାବନା ଅଧିକ ଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.