ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ବିରୋଧରେ ଅନାସ୍ଥା ଆଣିଲା ଇଣ୍ଡିଆ

Published By : Ankita S | December 10, 2024 1:31 PM

ନୂଆଦିଲ୍ଲୀ,୧୦/୧୨: ସଂସଦ ଶୀତ ଅଧିବେଶନରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି ଇଣ୍ଡିଆ । ପକ୍ଷପାତ ଅଭିଯୋଗ ଆଣି ରାଜ୍ୟସଭା ଅଧ୍ୟକ୍ଷ ଧନଖଡଙ୍କ ବିରୋଧରେ ଅନାସ୍ଥା ଆଣିଛି ଇଣ୍ଡିଆ ବ୍ଲକ । ପ୍ରସ୍ତାବରେ ୭୦ ସଦସ୍ୟଙ୍କ ସମର୍ଥନ ମିଳିଛି । ଧାରା ୬୭ ବି ଆଧାରରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିରୋଧୀ । ସେପଟେ ଆଦାନୀ, ସୋରସେ ପ୍ରସଙ୍ଗରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳକୁ ନେଇ ଆସନ୍ତାକାଲି ଯାଏ ଉଭୟ ଗୃହକୁ ମୁଲତବୀ ଘୋଷଣା କରାଯାଇଛି ।

ଜାତୀୟ ଗଣମାଧ୍ୟମ ସୁତ୍ରରୁ, ରାଜ୍ୟସଭା ଅଧ୍ୟକ୍ଷ ଧନଖଡଙ୍କ ବିରୋଧରେ ଆସିଥିବା ଅନସ୍ଥା ପ୍ରସ୍ତାବରେ ୭୦ ସଦସ୍ୟଙ୍କ ସମର୍ଥନ ମିଳିଛି । କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମ୍ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି ଏବଂ ଅନ୍ୟ ବିରୋଧୀ ଦଳ ଏକଜୁଟ ହୋଇ ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ବିରୋଧୀ ସାଂସଦଙ୍କ ଅଭିଯୋଗ କ୍ରମେ ରାଜ୍ୟସଭା ଅଧ୍ୟକ୍ଷ ପାତର ଅନ୍ତର କରୁଛନ୍ତି । ଗୃହରେ କହିବାକୁ ବିରୋଧୀ ନେତାଙ୍କୁ ସୁଯୋଗ କିମ୍ବା ଅଧିକ ସମୟ ଦିଆଯାଉନାହିଁ । ବିରୋଧୀ କହିବା ସମୟର ଜାଣିଶୁଣି ବିଶୃଙ୍ଖଳା ସୃଷ୍ଟି କରିଯାଉଛି । ବିଶୃଙ୍ଖଳା ସୃଷ୍ଟି କରୁଥିବା ସାଂସଦଙ୍କୁ ଧନଖଡ କିଛି କହୁ ନାହାନ୍ତି । ଏତେ ପକ୍ଷପାତିତା କେବେ ଦେଖିନାହୁଁ । ପକ୍ଷପାତିତା ଢଙ୍ଗରେ ଗୃହ ଚଲାଉଛନ୍ତି । ଏପରି କରି ଗଣତନ୍ତ୍ରର ହତ୍ୟା ନ କରାଯାଉ । ଗୃହ ଅଧ୍ୟକ୍ଷ ଏପରି କରିବା ଠିକ ନୁହେଁ ବୋଲି କହି ବିରୋଧୀ ରାଜ୍ୟସଭା ଅଧ୍ୟକ୍ଷ ଧନଖଡଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ।

ସେପଟେ ସଂସଦର ଶୀତ ଅଧିବେଶନର ୧୨ ତମ ଦିନରେ ବି ଗୃହ କାର୍ଯ୍ୟ ଚାଲି ପାରିନଥିଲା । ଆଦାନୀ, ସୋରସେ ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ମଧ୍ୟରେ ହୋ ହାଲ୍ଲା ହୋଇଥିଲା । ବିରୋଧୀଙ୍କ ଆଦାନୀ ପ୍ରସଙ୍ଗରେ ପ୍ରବଳ ହଟ୍ଟଗୋଳ କରିଥିଲେ । ବିଜେପି ସୋରସ ସହ ସୋନିଆଙ୍କ ଲିଙ୍କ ଥିବା ଅଭିଯୋଗ କରିଥିଲା । ଏହାକୁ ଉଠିଥିଲା ପଡିଥିଲା ଗୃହ । ଫଳରେ ଆସନ୍ତାକାଲି ଯାଏ ଉଭୟ ଗୃହକୁ ମୁଲତବୀ ଘୋଷଣା କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.