ପ୍ରମୂଖ ଖବର
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଖୁବଶୀଘ୍ର ଭୁବନେଶ୍ୱର ଫେରିବେ

Published By : Prameya | July 6, 2025 10:22 AM

ଭୁବନେଶ୍ୱର,୦୬/୦୭: ମୁମ୍ବାଇର ଘରୋଇ  ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିରୋଧୀ ଦଳ  ନେତା ନବୀନ ପଟ୍ଟନାୟକ ହସ୍ପିଟାଲରୁ ଡିସଚାର୍ଜ  ହୋଇଛନ୍ତି । ଏ ନେଇ ଦଳର ବରିଷ୍ଠ ନେତା ସୂଚନା  ଦେଇଛନ୍ତି । ଖୁବଶୀଘ୍ର ସେ ଭୁବନେଶ୍ୱର ଫେରିବେ ।  ଭୁବନେଶ୍ୱର ଫେରିବା ଦିନ ବିଜେଡି ପକ୍ଷରୁ ତାଙ୍କୁ  ବିମାନବନ୍ଦରରୁ ପାଛୋଟି ନେବା ପାଇଁ ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମ  କରିବାକୁ ଯୋଜନା ଚାଲିଥିବା ଖବର ମିଳିଛି । ନବୀନ ସୁସ୍ଥ  ହୋଇ ଫେରୁଥିବାରୁ ହଜାର ହଜାର କର୍ମୀ  ତାଙ୍କୁ ସ୍ୱାଗତ ଜଣାଇବାକୁ ବିମାନବନ୍ଦରରେ  ପହଞ୍ଚିବେ । 

ସର୍ଭାଇକାଲ ଆର୍ଥ୍ରାରାଇଟିସ୍‌  ଚିକିତ୍ସା ପାଇଁ ଗତ ୨୦ ତାରିଖରେ ନବୀନ  ଭୁବନେଶ୍ୱରରୁ ମୁମ୍ବାଇ ଗସ୍ତ କରିଥିଲେ । ବିଶିଷ୍ଟ  ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ମୁମ୍ବାଇସ୍ଥିତ  କୋକିଲାବେନ୍‌ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଗତ  ୨୨ ତାରିଖରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.