ଭୁବନେଶ୍ୱର,୦୬/୦୭: ମୁମ୍ବାଇର ଘରୋଇ  ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିରୋଧୀ ଦଳ  ନେତା ନବୀନ ପଟ୍ଟନାୟକ ହସ୍ପିଟାଲରୁ ଡିସଚାର୍ଜ  ହୋଇଛନ୍ତି । ଏ ନେଇ ଦଳର ବରିଷ୍ଠ ନେତା ସୂଚନା  ଦେଇଛନ୍ତି । ଖୁବଶୀଘ୍ର ସେ ଭୁବନେଶ୍ୱର ଫେରିବେ ।  ଭୁବନେଶ୍ୱର ଫେରିବା ଦିନ ବିଜେଡି ପକ୍ଷରୁ ତାଙ୍କୁ  ବିମାନବନ୍ଦରରୁ ପାଛୋଟି ନେବା ପାଇଁ ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମ  କରିବାକୁ ଯୋଜନା ଚାଲିଥିବା ଖବର ମିଳିଛି । ନବୀନ ସୁସ୍ଥ  ହୋଇ ଫେରୁଥିବାରୁ ହଜାର ହଜାର କର୍ମୀ  ତାଙ୍କୁ ସ୍ୱାଗତ ଜଣାଇବାକୁ ବିମାନବନ୍ଦରରେ  ପହଞ୍ଚିବେ । 

ସର୍ଭାଇକାଲ ଆର୍ଥ୍ରାରାଇଟିସ୍‌  ଚିକିତ୍ସା ପାଇଁ ଗତ ୨୦ ତାରିଖରେ ନବୀନ  ଭୁବନେଶ୍ୱରରୁ ମୁମ୍ବାଇ ଗସ୍ତ କରିଥିଲେ । ବିଶିଷ୍ଟ  ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ମୁମ୍ବାଇସ୍ଥିତ  କୋକିଲାବେନ୍‌ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଗତ  ୨୨ ତାରିଖରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା ।