ପ୍ରମୂଖ ଖବର
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

ବିଜେପିକୁ ବଡ଼ ଝଟ୍‌କା, ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ NDA ସହିତ ସମ୍ପର୍କ ଭାଙ୍ଗିଲା ଓପିଏସ୍‌

Published By : Manoj | August 1, 2025 9:02 AM

ଚେନ୍ନାଇ,୦୧/୦୮: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ’ପନିରସେଲଭମ୍‌ (ଓପିଏସ୍‌)  ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ହାତ  ଛାଡିଛନ୍ତି । ଓପିଏସ୍‌ଙ୍କ ନେତୃତ୍ୱାଧୀନ ଏଆଇଏଡିଏମ୍‌କେ କ୍ୟାଡର୍ସ ରାଇଟ ରିଟ୍ରିଭାଲ କମିଟି ଏହି ଘୋଷଣା କରିଛି । 

ଗୁରୁବାର ସକାଳେ ମୁଖ୍ୟମନ୍ତ୍ରୀ  ଏମ୍‌.କେ ଷ୍ଟାଲିନ ପ୍ରାତଃଭ୍ରମଣ କରୁଥିବା ସମୟରେ ଓପିଏସ୍‌ଙ୍କୁ  ଭେଟିଥିଲେ । ଉଭୟଙ୍କ ମଧ୍ୟରେ କିଛି ମିନିଟର କଥାବାର୍ତ୍ତା ହୋଇଥିଲା । ଏହା ପରେ ଓପିଏସ୍‌ଙ୍କ ନେତୃତ୍ୱାଧୀନ କମିଟି ଏନ୍‌ଡିଏ ଛାଡିବାକୁ ଘୋଷଣା କଲା । କମିଟିର ଉପଦେଷ୍ଟା ପନରୁତି ଏସ୍‌ ରାମଚନ୍ଦ୍ରନ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । 

ସେ କହିଛନ୍ତି ତାଙ୍କ ଗୋଷ୍ଠୀ ଏନ୍‌ଡିଏ ସହ ସବୁ ସମ୍ପର୍କ ତୁଟାଇଛି । ବର୍ତ୍ତମାନ ଓପିଏସ୍‌ ସମଗ୍ର ରାଜ୍ୟ ଗସ୍ତ କରିବେ । ବିଭିନ୍ନ ଲୋକଙ୍କୁ ଭେଟିବେ । ଏହା ପରେ ସଙ୍ଗଠନର  ଆଭିମୁଖ୍ୟ କଣ ରହିବ ତାହା ସ୍ଥିର କରାଯିବ । ଆସନ୍ତାବର୍ଷ ବିଧାନସଭା  ନିର୍ବାଚନ ହେବ । ସଙ୍ଗଠନ କାହା ସହିତ  ମେଣ୍ଟ କରିବ ପରବର୍ତ୍ତୀ ସମୟରେ ନିଷ୍ପତ୍ତି  ନିଆଯିବ । ପୂର୍ବରୁ ଓପିଏସ୍‌ ଅଭିଯୋଗ  କରିଥିଲେ ଯେ କେନ୍ଦ୍ର ସରକାର ସମଗ୍ର ଶିକ୍ଷା ଅଭିଯାନ ଅଧୀନରେ ତାମିଲନାଡୁ  ପାଇବାକୁ ଥିବା ୨,୧୫୧ କୋଟି ଟଙ୍କା  ଅଟକାଇ ରଖିଛନ୍ତି । ତ୍ରିଭାଷୀକୁ କାର୍ଯ୍ୟକାରୀ  କରିବାକୁ ଡିଏମ୍‌କେ ସରକାର ମନା  କରିବାରୁ କେନ୍ଦ୍ର ସରକାର ଅନୁଦାନ  ଦେଉ ନଥିବା ସେ କହିଥିଲେ । 

ଗତ  ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ତାମିଲନାଡୁ ଗସ୍ତରେ  ଆସିଥିଲେ । ଏହି ସମୟରେ ଓପିଏସ୍‌  ତାଙ୍କୁ ଭେଟିବାକୁ ଚାହିଁଥିଲେ । ହେଲେ  ଅନୁମତି ମିଳି ନଥିଲା । ଏନ୍‌ଡିଏରେ  ଥାଇ ମଧ୍ୟ ସହଯୋଗ ମିଳୁ ନଥିଲା ।  ଏଥିରେ କ୍ଷୁବ୍ଧ ହୋଇ ସେ ଏନ୍‌ଡିଏ  ଛାଡିଥିବା ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ  ଯେ ୨୦୨୨ରେ ଏଆଇଏଡିଏମ୍‌କେରୁ  ବହିଷ୍କୃତ ହେବା ପରେ ଓପିଏସ୍‌ ପୃଥକ ସଙ୍ଗଠନ ଗଢ଼ିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.