କଟକ ୧୧/୧୨: OTET ପରୀକ୍ଷା ଆଶାୟୀ ପାଇଁ ଆସିଲା ବଡ଼ ଅପ୍ଡେଟ୍। ପରୀକ୍ଷା ତାରିଖ ଘୋଷଣା କଲା ମାଧ୍ୟମିକ ଶିକ୍ଷା ପରିଷଦ। ଆସନ୍ତା ୧୭ରେ ସାରା ରାଜ୍ୟରେ OTET ପରୀକ୍ଷା ଅନୁଷ୍ଠିିତ ହେବ। ଏଥିପାଇଁ ୧୪ରୁ ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକୁ କଡ଼ା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ଓ OMR ସିଟ୍ ପଠାଯାଇଛି। ଏଥି ସହିତ ବୋର୍ଡ ଅଫିସର କମାଣ୍ଡ କଣ୍ଟ୍ରୋଲ ରୁମ୍ରୁ ସେଣ୍ଟର ନିୟନ୍ତ୍ରଣ ବ୍ୟବସ୍ଥା କରାଯିବ। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିରେ ଉଭୟ ଇନସର୍ଭିସ ଓ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ଗ୍ରହଣ କରାଯାଇଛି। ବୋର୍ଡ କାର୍ଯ୍ୟାଳୟ କମାଣ୍ଡ କଣ୍ଟ୍ରୋଲ ରୁମରୁ ସମସ୍ତ ପରୀକ୍ଷା କେନ୍ଦ୍ର ନିୟନ୍ତ୍ରଣ ବ୍ୟବସ୍ଥା ହୋଇଛି।