ପୁରୀ ୦୯/୦୬: ରଥ ଖଳାରୁ ଆସିଲା ଏକ ଦୁଃଖଦ ଖବର । ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ନିୟୋଜିତ ଥିବା ଭୋଇ ସେବକଙ୍କ ଆକାଳରେ ବିୟୋଗ ଘଟିଛି । ହୃତଘାତରେ ଆଖିବିଜୁଲେ ତାଳଧ୍ବଳ ରଥର ଭୋଇ ସେବକ ଧୋବା ଭୋଇ। ଏହି ଘଟଣା ପରେ ରଥଖଳା ନିୟୋଜିତ ଥିବା ସେବାୟତଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା। ଏହି ଅଘଟଣ ପରେ କିଛି ସମୟ ପାଇଁ ରଥଖଳା କାମ ଯେମିତି ଅଟକି ରହିଥିଲା।

ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳୁ ଭୋଇ ସେବକ ଧୋବା ଭୋଇ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ।‌ ତାଙ୍କ ସହ ରଥ କାମରେ ନିୟୋଜିତ ସେବକମାନେ ତୁରନ୍ତ ଉଦ୍ଧାର କରି ପ୍ରଥମେ ପୁରୀ ଓ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲେ। ହେଲେ ବିଧିର ବିଧାନ ଥିଲା ଅଲଗା। ବଳଭଦ୍ର ରଥ କାମ କରୁ କରୁ ଭୋଇ ସେବାକଙ୍କ ପ୍ରାଣବାହୁ ଉଡିଯାଇଛି। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।  ଏହି ଖବର ପାଇବା ପରେ ପୁରୀ ଜିଲ୍ଲାପାଳ ରଥଖଳାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଭୋଇ ସେବକଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ମୃତ ଧୋବାଙ୍କ ପରିବାରଙ୍କୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ। 

ଅଧିକ ପଢ଼ନ୍ତୁ :-  Rath Khala Update : ତିନି ରଥରେ ଉଠିଲା ଛଅ କାଠ, ଆଗକୁ ଚଉଦନାହାକା ବୁଲିଲେ ପ୍ରଥମ ଭୂଇଁ ରଥରେ ଟୁଙ୍ଗୁରା ହେବ