ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ସ୍ପେସାଲ୍‌ ଓଟିଇଟି ପ୍ରଶ୍ନ ଲିକ୍‌ ମାମଲା: ଆଜି ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ

Published By : Manoj | August 21, 2025 10:40 AM

କଟକ,୨୧/୦୮: ସ୍ପେସାଲ୍‌ ଓଟିଇଟି ପ୍ରଶ୍ନ ଲିକ୍‌ କେଳେଙ୍କାରୀ ଘଟଣା। ଆଜି ସନାତନ ବିଶୋଇ ଓ ରାମ୍‌ଜୀ ପ୍ରସାଦ ଗୁପ୍ତାଙ୍କୁ ରିମାଣ୍ଡରେ ଆଣିବ କ୍ରାଇମ୍‌ବ୍ରାଞ୍ଚ। ଦିନିକିଆ ରିମାଣ୍ଡରେ ଆଣି ଜେରା କରିବ। ପ୍ରଶ୍ନପତ୍ର ପ୍ରଘଟରେ ଏମାନେ କେଉଁ ଭୂମିକାରେ ଥିଲେ? କିଭଳି  ଏହି କାରବାରରେ ସମ୍ପୃକ୍ତ ହେଲେ? ଏଥିପାଇଁ ତାଙ୍କୁ କେତେ ଟଙ୍କା ମିଳିଛି ?  ଆଉ କିଏ କିଏ ସମ୍ପୃକ୍ତ ରହିଛନ୍ତି ? ବିଭିନ୍ନ ପ୍ରଶ୍ନ ଉପରେ କ୍ରାଇମବ୍ରାଞ୍ଚ ପଚରାଉଚାର କରିବ । ପ୍ରାୟ ୬ ଜଣଙ୍କୁ ଏହି ଜେରା ସମୟରେ ପଚରାଉଚରା କରାଯିବ। ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡ୍‌ରେ ଆଣି ଜେରା କରି ଛାଡ଼ିବା ପରେ ପୂର୍ବତନ ଉପସଭାପତି ନିହାର  ରଞ୍ଜନ ମହାନ୍ତିଙ୍କୁ ରିମାଣ୍ଡ୍‌ରେ ଆଣିବା ପାଇଁ ଯୋଜନା ରହିଛି। ବୋର୍ଡ କାର୍ଯ୍ୟାଳୟର ଆହୁରି କେତେକ କର୍ମଚାରୀ ଓ ଏକ୍ସ କ୍ୟାଡର୍‌ ଶିକ୍ଷକ ସଂଘ  ନେତା ଏବେ କ୍ରାଇମ୍‌ବ୍ରାଞ୍ଚ୍‌ ସ୍କାନରରେ ରହିଛନ୍ତି ।

ନିକଟରେ  ଦୁଇଦିନିଆ ରିମାଣ୍ଡରେ ଆସିଥିବା ଡାଟା ଏଣ୍ଟ୍ରି ଅପରେଟର  ଜିତନ ମହାରଣା ଓ ରାୟଗଡ଼ା ଜିଲ୍ଲାର ଏକ୍ସକ୍ୟାଡର୍‌  ଶିକ୍ଷକ ସଂଘ ସଭାପତି ବିଜୟ କୁମାର ମିଶ୍ରଙ୍କୁ ଜେରା  ସମୟରେ କିଛି ଠୋସ୍‌ ତଥ୍ୟ ମିଳିଥିଲା । ଅଭିଯୁକ୍ତ ଦ୍ୱୟଙ୍କଠାରୁ ମିଳିଥିବା ତଥ୍ୟକୁ ଆଧାର କରି ଜେଲ୍‌ରେ  ଥିବା କୋରାପୁଟ ଜିଲ୍ଲା କୁନ୍ଦ୍ରା ଥାନା ସାଗରଗୁଡ଼ା ଗ୍ରାମର  ସନାତନ ବିଶୋଇ (୫୧) ଓ କଟକ ବାଦାମବାଡ଼ି  ନାରାୟଣ ଲେନ୍‌ ଅଞ୍ଚଳର ଦଲାଲ୍‌ ରାମ୍‌ଜୀ ପ୍ରସାଦ ଗୁପ୍ତା  (୫୧)ଙ୍କୁ କ୍ରାଇମ୍‌ବ୍ରାଞ୍ଚ ରିମାଣ୍ଡ୍‌ରେ ଆଣିବ । ଅଭିଯୁକ୍ତ  ବିଶୋଇ ଓ ଗୁପ୍ତାକୁ ଦୁଇଦିନିଆ ରିମାଣ୍ଡ୍‌ରେ ଆଣିବା  ପାଇଁ କ୍ରାଇମ୍‌ବ୍ରାଞ୍ଚ୍‌ କଟକ ଜେଏମ୍‌ଫ୍‌ସି-୩ କୋର୍ଟରେ  ଆବେଦନ କରିଥିଲା । କୋର୍ଟ ଏହାର ଶୁଣାଣି କରି ଅଭିଯୁକ୍ତ  ଦ୍ୱୟଙ୍କୁ ଗୋଟିଏ ଦିନ ରିମାଣ୍ଡରେ ନେବାପାଇଁ ଅନୁମତି ପ୍ରଦାନ କରିଥିଲେ ।ଆଜି ଉଭୟ ଅଭିଯୁକ୍ତଙ୍କୁ ରିମାଣ୍ଡ ଆଣି ଜେରା କରିବ କ୍ରାଇମ୍‌ବ୍ରଞ୍ଚ ।

ଜିତନ ଓ ବିଜୟଙ୍କୁ ରିମାଣ୍ଡରେ ଆଣିବା ମଧ୍ୟରେ  କ୍ରାଇମ୍‌ବ୍ରାଞ୍ଚ୍‌କୁ ବୋର୍ଡ କାର୍ଯ୍ୟାଳୟରୁ ପ୍ରଶ୍ନ ଲିକ୍‌ ଘଟଣାରେ  କମ୍ପ୍ୟୁଟର ଓ ପୁଳାଏ ପେନ୍‌ ଡ୍ରାଇଭ୍‌ ଜବତ ହୋଇଥିଲା ।  ଯାହାକି ଅଭିଯୁକ୍ତମାନଙ୍କ ବିରୋଧରେ ଅଦାଲତରେ  ବଳିଷ୍ଠ ପ୍ରମାଣ ହେବ । ନିହାରଙ୍କ ଲାପ୍‌ଟପ୍‌ରୁ ଜିତନ୍‌ ପ୍ରଶ୍ନ ନେଇ ପ୍ରଥମେ ବିଜୟଙ୍କ ଭାଇ ପାଖରେ ନୟାଗଡ଼ରେ  ପହଞ୍ଚାଇଥିଲା । ବିଜୟ ପ୍ରଶ୍ନ ନେଇ ସନାତନ ଓ  ରାମଜୀ ସମେତ ଅନ୍ୟ କାହା ପାଖରେ ପହଞ୍ଚାଇଥିଲା  ଏବଂ କେତେ ଟଙ୍କା କାରବାର ହୋଇଥିଲା ତାହାର  ପ୍ରମାଣ ଏବେ କ୍ରାଇମ୍‌ବ୍ରାଞ୍ଚ ଖୋଜି ବାହାର କରିବ । ଅନ୍ୟପକ୍ଷରେ ରାମଜୀ ଗୁପ୍ତା ପେସାଦାର ଦଲାଲ୍‌ ଭାବେ  ପ୍ରଶ୍ନ ବିକ୍ରି କରେ ବୋଲି କ୍ରାଇମ୍‌ବ୍ରାଞ୍ଚ୍‌ ଡିଜି ଆରମ୍ଭରୁ  କହିଆସୁଛନ୍ତି । ରାମଜୀ କଟକରେ ରହୁଥିବାରୁ ବୋର୍ଡର  ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ସହ ତାର ଲିଙ୍କ୍‌ ଥିବା  କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଛି । ଏଯାଏ କ୍ରାଇମ୍‌ବ୍ରାଞ୍ଚ୍‌ ୮  ଜଣଙ୍କୁ ଗିରଫ କରିଥିଲେ ହେଁ ଆହୁରି କିଛି ଶିକ୍ଷକ  ଗିରଫ ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.