ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

'୨୨୭ ଜଣଙ୍କୁ ହତ୍ୟା କରିବାର ଲାଇସେନ୍ସ ମୋତେ ମିଳିଛି...', ଅଡିଓ କ୍ଲିପ୍ ମାମଲାରେ ବଢ଼ିଲା ଶେଖ୍ ହାସିନାଙ୍କ ସମସ୍ୟା, କାରଣ ଦର୍ଶାଅ ନୋଟିସ୍ ଜାରି

Published By : Soubhagya Ranjan | May 2, 2025 6:02 PM

Image source: Jagran

ନୂଆଦିଲ୍ଲୀ,୦୨/୦୫: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା ପୁଣି ବଢ଼ିବା ଭଳି ମନେହେଉଛି। ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଧିକରଣ ଶେଖ୍ ହସିନା ଏବଂ ତାଙ୍କ ସହଯୋଗୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଏକ ଅଡିଓ କ୍ଲିପ୍ ଆଧାରରେ, ଜଷ୍ଟିସ୍ ମୁର୍ଜତା ମଜୁମଦାରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

୧୫ ମେ' ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ:

ଶେଖ୍ ହାସିନାଙ୍କ ଉପରେ ନ୍ୟାୟିକ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ଏବଂ ଧମକ ଦେବାର ଅଭିଯୋଗ ଆସିଛି।  ଆଇସିଟି ପବ୍ଲିକ ପ୍ରସିକ୍ୟୁଟର ଗାଜି ଏମଏଚ୍ ତମିମ କହିଛନ୍ତି ଯେ,' ହସିନା ଏବଂ ବଂଲାଦେଶ ଛେତ୍ର ଲିଗ୍‌ (ବିସିଏଲ୍‌) ନେତା ଶକିଲ ଆଲମ ବୁଲବୁଲ ମେ' ୧୫ ତାରିଖ ମଧ୍ୟରେ କାରଣ ଦର୍ଶାଅ ନୋଟିସର ଜବାବ ରଖିବାକୁ ଦିଆଯାଇଛି।" ନିକଟରେ, ସୋସିଆଲ ମିଡିଆରେ ଏକ ଅଡିଓ କ୍ଲିପ୍ ଭାଇରାଲ ହେଊଛି, ଯେଉଁଥିରେ  ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ, "ମୋ ପାଖରେ ୨୨୭ ଜଣଙ୍କୁ ହତ୍ୟା କରିବାର ଲାଇସେନ୍ସ ଅଛି। ମୋ ବିରୁଦ୍ଧରେ ୨୨୭ଟି ମାମଲା ରୁଜୁ ହୋଇଛି।" ଓକିଲ ତମିମ କହିଛନ୍ତି ଯେ କ୍ଲିପ୍‌ର ଫରେନସିକ୍ ତଦନ୍ତ ପରେ ଆଇସିଟି ଏହି ନୋଟିସ୍ ଜାରି କରିଛି।

ଏହା ବ୍ୟତୀତ, ଗୁରୁବାର ଦିନ ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଧିକରଣ ଗତ ବର୍ଷ ଜୁଲାଇ ମାସରେ ନାରାୟଣଗଞ୍ଜରେ ହୋଇଥିବା ଜନବିଦ୍ରୋହ ସମୟରେ ମାନବତା ବିରୁଦ୍ଧରେ ଅପରାଧ କରିଥିବା ଆଠ ଜଣଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିଛନ୍ତି। ଆଇସିଟିର ମୁଖ୍ୟ ପବ୍ଲିକ ପ୍ରସିକ୍ୟୁଟର ମହମ୍ମଦ ତାଜୁଲ ଇସଲାମ କହିଛନ୍ତି ଯେ ଅଭିଯୁକ୍ତମାନେ ନାରାୟଣଗଞ୍ଜରେ ବ୍ୟାପକ ବିରୋଧ ପ୍ରଦର୍ଶନ ସମୟରେ ସାଧାରଣ ଲୋକଙ୍କ ଉପରେ ନିର୍ମମ ଆକ୍ରମଣରେ ସାମିଲ ଥିଲେ।

କହି ରଖୁଛୁ ଯେ, ଗତ ବର୍ଷ ୫ ଅଗଷ୍ଟରେ ଛାତ୍ର ନେତୃତ୍ୱାଧୀନ ଏକ ବିଶାଳ ଆନ୍ଦୋଳନ ପରେ ହସିନା ଭାରତ ପଳାଇ ଆସିଥିଲେ, ଯାହା ଫଳରେ ତାଙ୍କ ୧୫ ବର୍ଷର ସରକାରର ପତନ ଘଟିଥିଲା। ତିନି ଦିନ ପରେ, ମହମ୍ମଦ ୟୁନୁସ୍ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.