ପ୍ରମୂଖ ଖବର
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ସ୍ଥାୟୀ ନିଯୁକ୍ତି ଦାବିରେ ଆଉଟସୋର୍ସିଂ କର୍ମଚାରୀଙ୍କ କଳାବ୍ୟାଜ ପରିଧାନ

Published By : Suraj Kumar | March 18, 2025 4:50 PM

ଦାରିଙ୍ଗବାଡି,୧୮/୩(ଆପ୍ର): ସ୍ଥାୟୀ ନିଯୁକ୍ତି ଓ ଛଟେଇ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦାବିରେ କଳାବ୍ୟାଜ ପରିଧାନ କରି ଆଉଟସୋର୍ସିଂ କର୍ମଚାରୀ ପ୍ରତିବାଦ କରିଛନ୍ତି । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏଭଳି କଳାବ୍ୟାଜ ପିନ୍ଧି କର୍ମଚାରୀମା‌ନେ ପ୍ରତିବାଦ କରିବେ ।

ଗତ ୧୨ ତାରିଖରେ ଏନେଇ ଜିଲ୍ଲା ମୁଖ୍ୟାଳୟରେ ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ହେଲେ ଦାବି ପୂରଣ ନେଇ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀ ସୋମବାର ଠାରୁ କଳାବ୍ୟାଜ ପରିଧାନ କରି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏଭଳି କଳାବ୍ୟାଜ ପିନ୍ଧି ପ୍ରତିବାଦ କରିବା ନେଇ ଜିଲ୍ଲା ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା କର୍ମଚାରୀ ସୂଚନା ଦେଇଛନ୍ତି । ଆଉଟସୋର୍ସିଂ କର୍ମଚାରୀ କୁଳମଣି ବେହେରା, ପୁରନ୍ତ ପ୍ରଧାନ, ବିକ୍ରମ ନାୟକ, ବିନାୟକ ଡାକୁଆ,  ରାଜୀବ ପ୍ରଧାନ,ରଞ୍ଜିତ ଦିଗାଲ, ହିମାଂଶୁ ନାୟକ,ବାବୁନି ଉଠାନସିଂ, ଚୁମକି ଡାକୁଆ, ଚକ୍ରଧର ବଳିଆରସିଂ,ରଶ୍ମିତା ବେହେରା ପ୍ରମୁଖ କଳାବ୍ୟାଜ ପରିଧାନ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.