ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ବହିଷ୍କାର କରିବା ପାଇଁ ୨୦୦ ରୁ ଅଧିକ ସାଂସଦ ନୋଟିସରେ ସ୍ୱାକ୍ଷର କରିଛନ୍ତି ବୋଲି ସୂତ୍ରରୁ ଜଣାପଡିଛି। ଏକ ସୂତ୍ର ଅନୁଯାୟୀ, ଲୋକସଭାର ୧୩୦ ଜଣ ସାଂସଦ ଏବଂ ରାଜ୍ୟସଭାର ୬୩ ଜଣ ସାଂସଦ ନୋଟିସରେ ସ୍ୱାକ୍ଷର କରିଛନ୍ତି। ଶୁକ୍ରବାର ସଂସଦର ଅତି କମରେ ଗୋଟିଏ ଗୃହରେ ନୋଟିସଟି ଦାଖଲ ହେବାର ଆଶା କରାଯାଉଛି, ଯଦିଓ ଏହା ଲୋକସଭାରେ ଆଗତ ହେବ କି ରାଜ୍ୟସଭାରେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଜଣେ ବିରୋଧୀ ଦଳ ନେତା କହିଛନ୍ତି ଯେ ସାଂସଦମାନେ ନୋଟିସରେ ସ୍ୱାକ୍ଷର କରିବାରେ ପ୍ରବଳ ଉତ୍ସାହ ଦେଖାଇଥିଲେ, ଆବଶ୍ୟକ ସଂଖ୍ୟା ପରେ ମଧ୍ୟ ଅନେକ ସାଂସଦ ସେମାନଙ୍କର ସ୍ୱାକ୍ଷର ଯୋଡିବାକୁ ଆଗେଇ ଆସିଥିଲେ। ସଂସଦୀୟ ନିୟମ ଅନୁଯାୟୀ, ଲୋକସଭାରେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ବହିଷ୍କାର କରିବା ପାଇଁ ପାଇଁ ସର୍ବନିମ୍ନ ୧୦୦ ଜଣ ସାଂସଦଙ୍କ ନୋଟିସରେ ସ୍ୱାକ୍ଷର କରିବାକୁ ପଡିବ, ଯେତେବେଳେ ରାଜ୍ୟସଭାରେ ଅତି କମରେ ୫୦ଜଣ ସାଂସଦଙ୍କ ସ୍ୱାକ୍ଷର ଆବଶ୍ୟକ ହୋଇଥାଏ।

ଅନ୍ୟ ଏକ ସୂଚନା ଅନୁସାରେ, ଇଣ୍ଡିଆ ବ୍ଲକର ସମସ୍ତ ଦଳର ସଦସ୍ୟମାନେ ଏହି ନୋଟିସରେ ସ୍ୱାକ୍ଷର କରିଛନ୍ତି। ଏହା ବ୍ୟତୀତ ଆମ୍ ଆଦମୀ ପାର୍ଟିର ସାଂସଦମାନେ ମଧ୍ୟ ଏହି ନୋଟିସରେ ସ୍ୱାକ୍ଷର କରିଛନ୍ତି। ହେଲେ ପାର୍ଟି ଏବେ ଅଫିସିଆଲି ଭାବେ ଏଗହି ମେଣ୍ଟରେ ସାମିଲ ହୋଇ ନାହିଁ। ଏହା ପ୍ରଥମ ଥର ଯେତେବେଳେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ବହିଷ୍କାର କରିବା ପାଇଁ ନୋଟିସ୍ ଦାଖଲ କରାଯାଇଛି।

ଏକ ଉଚ୍ଚପଦସ୍ଥ ସୂତ୍ର ଅନୁଯାୟୀ, ନୋଟିସରେ ସିଇସିଙ୍କ ବିରୁଦ୍ଧରେ ସାତଟି ଅଭିଯୋଗ ତାଲିକାଭୁକ୍ତ କରାଯାଇଛି, ଯେଉଁଥିରେ ‘ ପଦରେ ରହି ପକ୍ଷପାତିତା ଏବଂ ଭେଦଭାବପୂର୍ଣ୍ଣ ଆଚରଣ ', ‘ ନିର୍ବାଚନୀ ଜାଲିଆତିର ତଦନ୍ତରେ ଜାଣିଶୁଣି ବାଧା ସୃଷ୍ଟି କରିବା’ ଏବଂ ‘ବଡ଼ ସ୍ତରରେ ଭୋଟରଙ୍କୁ ଭୋଟଦାନରୁ ବଞ୍ଚିତ କରିବା’ ଭଳି ଅଭିଯୋଗ ଅନ୍ତର୍ଭୁକ୍ତ।

ବିରୋଧୀ ଦଳଗୁଡ଼ିକ ବାରମ୍ଵାର ସିଇସିଙ୍କୁ ଶାସକ ଭାରତୀୟ ଜନତା ପାର୍ଟିକୁ ସମର୍ଥନ କରୁଥିବା ଅଭିଯୋଗ କରିଆସୁଛନ୍ତି, ବିଶେଷକରି ନିର୍ବାଚନ ତାଲିକାର ଚାଲିଥିବା ସ୍ୱତନ୍ତ୍ର ସଂଘନ ସଂଶୋଧନ (SIR) ଉପରେ, ଯାହା ସେମାନେ ଦାବି କରନ୍ତି ଯେ କେନ୍ଦ୍ରରେ ଦଳକୁ ଲାଭ ଦେବା ପାଇଁ ଉଦ୍ଦିଷ୍ଟ।

ବିଶେଷ ଭାବେ ପଶ୍ଚିମବଙ୍ଗରେ ଏସଆଇଆରର ପ୍ରକ୍ରିୟା ପରିଚାଳନା ଉପରେ ବିଶେଷ ଭାବରେ ଚିନ୍ତା ପ୍ରକାଶ ପାଇଛି, ଯେଉଁଠାରେ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ନେତ୍ରୀ ମମତା ବାନାର୍ଜୀ ନିର୍ବାଚନ କମିଶନଙ୍କୁ ତାଲିକାରୁ ପ୍ରକୃତ ଭୋଟରଙ୍କୁ ବାଦ ଦେବାର ଅଭିଯୋଗ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନରଙ୍କୁ ହଟାଇବା ପ୍ରକ୍ରିୟା ଭାରତର ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ବିଚାରପତିଙ୍କୁ ହଟାଇବା ପ୍ରକ୍ରିୟା ସହିତ ସମାନ, ଅର୍ଥାତ୍ କେବଳ ପ୍ରମାଣିତ ଖରାପ ଆଚରଣ କିମ୍ବା ଅକ୍ଷମତା ଆଧାରରେ ମହାଭିଯୋଗ କରାଯାଇ ପାରିବ।

ସିଇସିଙ୍କୁ ହଟେଇବାର ପ୍ରସ୍ତାବ ସଂସଦର ଯେକୌଣସି ଗୃହରେ ଆଗତ କରାଯାଇପାରିବ ଏବଂ ଏହାକୁ ଏକ ବିଶେଷ ବହୁମତ ଦ୍ବାରା ଗୃହୀତ କରାଯିବା ଆବଶ୍ୟକ ହୁଏ -ଗୃହର ମୋଟ ସଦସ୍ୟଙ୍କ ସଂଖ୍ୟାଗରିଷ୍ଠତା ଓ ଉପସ୍ଥିତ ଏବଂ ଭୋଟ ଦେଉଥିବା ସଦସ୍ୟଙ୍କ ଦୁଇ-ତୃତୀୟାଂଶ ବହୁମତ