ନୂଆଦିଲ୍ଲୀ : ଆପଣ ଟ୍ରେନ୍‌, ବସ୍‌ ବା ଯାତ୍ରା ସମୟରେ ଯେଉଁ ମିନେରାଲ ୱାଟର ବା ପ୍ୟାକେଜ୍‌ ଡ୍ରିଙ୍କିଂ ନେଇଥାନ୍ତି , ତାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ବିପଜ୍ଜନକ ହୋଇପାରେ। କେନ୍ଦ୍ର ସରକାରଙ୍କର ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ସୋମବାର ବଡ଼ ପଦକ୍ଷେପ ଉଠାଇ ପ୍ୟାକେଜ  ଡ୍ରିଙ୍କିଂ ଓ ମିନେରାଲ ୱାଟରକୁ ହାଇ ରିସ୍କ ଖାଦ୍ୟ ପଦାର୍ଥ ଶ୍ରେଣୀରେ ସାମିଲ କରିଛନ୍ତି। ଏବେ ଏହାର ଅନିବାର୍ଯ୍ୟ ନିରୀକ୍ଷଣ ଓ ଥାର୍ଡ ପାର୍ଟି ଅଡିଟ୍‌ କରାଯିବ। ଏହା ଘୋଷଣା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ୟାକେଜ୍ ଓ ମିନେରାଲ ୱାଟର ଉଦ୍ୟୋଗ ପାଇଁ ଭାରତୀୟ ମାନକ ବ୍ୟୁରୋରୁ ପ୍ରମାଣ ପ୍ରାପ୍ତ କରିବାର ଅନିବାର୍ଯ୍ୟ ସର୍ତ୍ତକୁ ହଟାଇବା ପରେ କରାଯାଇଛି। 

ଏଫଏସଏସଏଆଇ ଦ୍ୱାରା ଜାରି ନୂଆ ନିୟମ ଅନୁସାରେ, ଏବେ ସବୁ ପ୍ୟାକେଜ ପେୟ ଓ ମିନେରାଲ ୱାଟର ନିର୍ମାତାଙ୍କୁ ବାର୍ଷିକ ନିରୀକ୍ଷଣର ସାମନା କରିବାକୁ ପଡ଼ିବ। ଏହି ନିରୀକ୍ଷଣ କମ୍ପାନୀକୁ ଲାଇସେନ୍ସ ବା ପଞ୍ଜୀକୃତ କରିବା ପୂରବରୁ କରାଯିବ। 

ଏଫଏସଏସଏଆଇର ଆଦେଶ ଅନୁସାରେ , ପ୍ୟାକେଜ ପାନୀୟ ଜଳ ସହ ହାଇ ରିସ୍କ ଥିବା ଖାଦ୍ୟ ଶ୍ରେଣୀୟ ଗୁଡ଼ିକର ବ୍ୟବସାୟକୁ ଏଫଏସଏସଏଆଇ ଦ୍ୱାରା ମାନ୍ୟତା ପ୍ରାପ୍ତ ଥାର୍ଡ ପାର୍ଟି ଖାଦ୍ୟ ସୁରକ୍ଷା ଏଜେନ୍ସିଙ୍କ ଠାରୁ ବାର୍ଷିକ ଅଡିଟ୍‌ କରିବାକୁ ହେବ। ସରକାରଙ୍କର ଏହି ପଦକ୍ଷେପ ପଛର ଉଦ୍ଦେଶ୍ୟ ଏହି ଉତ୍ପାଦ ଗୁଡ଼ିକର ସୁରକ୍ଷା ଓ ଗୁଣବତ୍ତା ମାନକ ଗୁଡ଼ିକରେ ସୁଧାର କରିବା , ଯାହାକି ଉପଭୋକ୍ତାଙ୍କୁ ସୁରକ୍ଷିତ ଜିନିଷ ଯୋଗାଇ ଦିଆଯାଇ ପାରିବ। 

ଉଲ୍ଲେଖନୀୟ ଯେ, ପ୍ୟାକେଜ୍ ପାନୀୟଜଳ ଉଦ୍ୟୋଗ ଏହା ପୂର୍ବରୁ ସରକାରଙ୍କ ଠାରୁ ନିୟମର ସରଳୀକରଣର ଦାବି  କରିଥିଲା। ବିଆଇଏସ ଓ ଏଫଏସଏସଏଆଇ ଉଭୟଙ୍କ ଠାରୁ ଡୁଆଲ ସାର୍ଟିଫିକେଟ୍‌ର ଆବଶ୍ୟକତାକୁ ହଟେଇବାକୁ ଅନୁରୋଧ କରିଥିଲା। ସୂଚନାକାରୀଙ୍କ ଅନୁସାରେ ନୂଆ ନିୟମର ପାଳନ ପ୍ରକ୍ରିୟା ସୁଚାରୁ ହେବା ତଥା ନିର୍ମାତାଙ୍କ ଉପରେ ବୋଝ ହ୍ରାସ କରିବାରେ ସାହାଯ୍ୟ ମିଳି ପାରେ।