ନୂଆଦିଲ୍ଲୀ : କେନ୍ଦ୍ର ସରକାର ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ଶନିବାର ଦେଶର ପଦ୍ମ ପୁରସ୍କାର ୨୦୨୫ ପାଇଁ ନାମ ଘୋଷଣା କରିଛନ୍ତି। ୭ଜଣଙ୍କୁ ପଦ୍ମବିଭୂଷଣ ଭାବେ ସମ୍ମାନିତ କରାଯାଇଛି। ସେମାନଙ୍କ ମଧ୍ୟରେ ମରୋଣତ୍ତର ଭାବେ ବିହାରରୁ ଶାରଦା ସିହ୍ନା (କଳା) , ଜାପାନରୁ ଓସାମୁ ସୁଜୁକି ( ବ୍ୟାପାର ଏବଂ ଉଦ୍ୟୋଗ) , ତେଲେଙ୍ଗାନାରୁ ଡାକ୍ତର ଦୁର୍ବୁର ନାଗେଶ୍ୱର ରେଡ୍ଡୀ(ଚିକିତ୍ସା) , କର୍ଣ୍ଣାଟକରୁ ଭାଓଲିନ ବାଦକ ଲକ୍ଷ୍ମୀନାରାୟଣ ସୁବ୍ରମଣ୍ୟମ(କଳା) ଓ ମରଣୋତ୍ତର ଭାବେ ସାହିତ୍ୟିକ ଏମ୍.ଟି.ବାସୁଦେବନ ନାୟର(କେରଳ), ଗୁଜୁରାଟରୁ କୁମୁଦିନୀ ରଜନୀକାନ୍ତ ଲଖିଆ (କଳା), ଚଣ୍ଡିଗଡ଼ରୁ ଜଗଦୀଶ ସିଂହ ଖେହର (ପବ୍ଲିକ ଆଫେୟାର ) ଆଦି ମହାନ ବ୍ୟକ୍ତିଙ୍କ ନାମ ରହିଛି। ପଙ୍କଜ ଉଧାସ ଓ ସୁଶୀଲ ମୋଦିଙ୍କ ସମେତ ୧୯ ଜଣଙ୍କୁ ପଦ୍ମ ଭୂଷଣ ସମ୍ମାନ ଦିଆଯାଇଛି। ଏହା ବ୍ୟତୀତ ୧୧୩ ବ୍ୟକ୍ତିଙ୍କୁ ଚଳିତ ଥର ପଦ୍ମଶ୍ରୀରେ ସମ୍ମାନିତ କରାଯିବ, ଯାହାଙ୍କ ନାମର ଘୋଷଣା କରାଯାଇଛି।
ଉଲ୍ଲେଖନୀୟ ଯେ, ଦେଶର ନାଗରିକ ସମ୍ମାନ ଗୁଡ଼ିକ ମଧ୍ୟରୁ ଗୋଟିଏ ପଦ୍ମ ପୁରସ୍କାର ୩ଟି ଶ୍ରେଣୀରେ ପ୍ରଦାନ କରାଯାଏ –ପଦ୍ମ ବିଭୂଷଣ , ପଦ୍ମ ଭୂଷଣ ଓ ପଦ୍ମ ଶ୍ରୀ। ଏହି ପୁରସ୍କାର କଳା , ସାମରିକ କାର୍ଯ୍ୟ , ସାର୍ବଜନିକ ମାମଲା , ବିଜ୍ଞାନ , ଇଂଜିନିୟରିଂ , ବ୍ୟାପାର , ଉଦ୍ୟୋଗ, ଚିକିତ୍ସା , ସାହିତ୍ୟ , ଶିକ୍ଷା , ଖେଳ ଓ ସିଭିଲ ସେବା ଭଳି ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟତାକୁ ମାନ୍ୟତା ଦିଆଯାଏ।
ପଦ୍ମ ବିଭୂଷଣ ଅସାଧାରଣ ଓ ବିଶିଷ୍ଟ ସେବା ପାଇଁ ଦିଆଯାଏ। ପଦ୍ମ ଭୂଷଣ ଉଚ୍ଚକୋଟୀର ବିଶିଷ୍ଟ ସେବା ପାଇଁ ଓ ପଦ୍ମଶ୍ରୀ କୌଣସି କ୍ଷେତ୍ରରେ ବିଶିଷ୍ଟ ସେବା ପାଇଁ ଦିଆଯାଏ। ଏହି ପୁରସ୍କାରର ଘୋଷଣା ପ୍ରତି ବର୍ଷ ଗଣତନ୍ତ୍ର ଦିବସର ଅବସରରେ କରାଯାଏ । ଏହି ପୁରସ୍କାର ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରତି ବର୍ଷ ମାର୍ଚ୍ଚ / ଅପ୍ରେଲର ପାଖାପାଖି ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଔପଚାରିକ ଉତ୍ସବରେ ପ୍ରଦାନ କରାଯାଏ।
୨୦୨୫ ମସିହା ପାଇଁ , ରାଷ୍ଟ୍ରପତି ଏକ ଯୁଗଳ ମାମଲା (ଯୁଗଳ ମାମଲାରେ , ପୁରସ୍କାରକୁ ଗୋଟିଏ ରୂପେ ଗଣାଯାଏ ) ସହ ୧୩୯ ପଦ୍ମ ପୁରସ୍କାରର ସମ୍ମାନକୁ ଅନୁମୋଦନ ଦେଇଛନ୍ତି। ଏହି ତାଲିକାରେ ୭ଟି ପଦ୍ମ ବିଭୂଷଣ, ୧୯ ପଦ୍ମ ଭୂଷଣ ଓ ୧୧୩ ପଦ୍ମଶ୍ରୀ ପୁରସ୍କାର ସାମିଲ ଅଛି। ପୁରସ୍କାର ପାଇବାକୁ ଥିବା ତାଲିକାରେ ୨୩ ମହିଳା ଅଛନ୍ତି। ତାଲିକାରେ ବିଦେଶୀ / ଏନଆରଆଇ/ ପିଆଇଓ/ ଓସିଆଇ ଶ୍ରେଣୀରୁ ୧୦ ବ୍ୟକ୍ତି ଓ ୧୩ ମରଣୋତ୍ତର ପୁରସ୍କାର ବିଜେତା ମଧ୍ୟ ସାମିଲ ଅଛି।
Congratulations to all the Padma awardees! India is proud to honour and celebrate their extraordinary achievements. Their dedication and perseverance are truly motivating. Each awardee is synonymous with hardwork, passion and innovation, which has positively impacted countless…
— Narendra Modi (@narendramodi) January 25, 2025
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସ ପୋଷ୍ଟରେ ଲେଖିଛନ୍ତି , ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କୁ ଶୁଭେଚ୍ଛା ! ଭାରତକୁ ସେମାନଙ୍କର ଅସାଧାରଣ ଉପଲବ୍ଧି ଗୁଡ଼ିକର ସମ୍ମାନ କରିବା ଓ ତାଙ୍କର ଉତ୍ସବ ପାଳିବାରେ ଗର୍ବିତ । ତାଙ୍କର ସମର୍ପଣ ଓ ଦୃଢତା ବାସ୍ତବରେ ପ୍ରେରଣାଦାୟୀ । ପ୍ରତ୍ୟେକ ପୁରସ୍କାର ବିଜେତା କଠୋର ପରିଶ୍ରମ , ନିଷ୍ଠା ଓ ନବସୃଜନ ପର୍ଯ୍ୟାୟର , ଯେଉଁମାନେ ଅଗଣିତ ଲୋକଙ୍କୁ ସକାରାତ୍ମକ ଭାବେ ପ୍ରଭାବିତ କରିଛନ୍ତି। ସେ ଆମକୁ ଉତ୍କୃଷ୍ଟତା ପାଇଁ ପ୍ରୟାସ କରିବା ଓ ନିଃସ୍ୱାର୍ଥ ଭାବେ ସମାଜର ସେବା କରିବାର ମୂଲ୍ୟ ଶିଖାଇ ଥାଏ।
ଲିଙ୍କ୍କୁ କ୍ଲିକ୍ କରି