ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ପହଲଗାମ୍ ସହ ଆହୁରି ୩ଟି ସ୍ଥାନରେ ହୋଇଥିଲା ଆକ୍ରମଣ ଯୋଜନା: ଜାଣନ୍ତୁ OWG କିଏ, ଯେଉଁମାନେ କରିଥିଲେ ସାହାଯ୍ୟ

Published By : Anindita Ratha | May 1, 2025 2:11 PM

ନୂଆଦିଲ୍ଲୀ,୧।୫:  ପହଲଗାମ୍ ଆତଙ୍କୀ ହମଲାର ଯାଞ୍ଚରେ ରହିଛି ଏନ୍‌ଆଇଏ ଟିମ୍। ଜାତୀୟ ତଦନ୍ତକାରୀ ଏଜେନ୍ସି ଏପର୍ଯ୍ୟନ୍ତ ଯାଞ୍ଚାରେ ଜାଣିବାକୁ ଯାଇଛି ଯେ, ଆତଙ୍କୀ ପହଲଗାମ୍‌ର ବୈସରନ୍ ଘାଟିରେ ଥିଲେ। କେବଳ ସେତିକି ନୁହେଁ ଏହି ଆତଙ୍କବାଦୀମାନେ ଅନ୍ୟ ତିନୋଟି ସ୍ଥାନରେ ମଧ୍ୟ ରେକି କରିଥିଲେ। ସେମାନେ ବୈସରନ ଘାଟି ଛାଡା ଅରୁ ଭେଲ, ଆମ୍ୟୁଜମେଣ୍ଟ ପାର୍କ ଓ ବେତାବ ଭ୍ୟାଲିର ରେକି କରିଥିଲେ। ଏହି ସ୍ଥାନରେ ମଧ୍ୟ ବହୁ ସଂଖ୍ୟାରେ ପର୍ଯ୍ୟଟକ ଉପସ୍ଥିତ ଥିଲେ। ଏନ୍‌ଆଇଏର ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି ଯେ, ଏହି ତିନୋଠି ସ୍ଥାନରେ ଆତଙ୍କୀ ରେକି କରିଥିଲେ, କିନ୍ତୁ ଆକ୍ରମଣ ହୋଇନଥିଲା। ଏହାର କାରଣ ଥିଲା ତିନୋଟି ସ୍ଥାନରେ ସୁରକ୍ଷାବଳଙ୍କ ସଂଖ୍ୟା ଅଧିକ ଥିଲା। ଏଭଳି ସ୍ଥିତିରେ ସୁରକ୍ଷା କାରଣରୁ ଆତଙ୍କବାଦୀମାନେ ବୈସରନ ଘାଟିକୁ ହମଲା ପାଇଁ  ଚୟନ କରିଥିଲେ। 

ବୈସରନ୍ ଘାଟିରେ ୨୨ ଏପ୍ରିଲରେ ହମଲା କରିବାର ୨ ଦିନ ପୂର୍ବରୁ ଆତଙ୍କୀମାନେ ସେଠାରେ ଥିଲେ। ଏହି ଦୁର୍ଦାନ୍ତ ଆତଙ୍କୀ ହମଲାରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଆତଙ୍କୀମାନେ ଲୋକଙ୍କୁ ତାଙ୍କର ଧର୍ମ  ହିନ୍ଦୁ ନା ମୁସଲମାନ ପଚାରି ଗୁଳି ମାରିଥିଲେ। ଏହି ଆତଙ୍କୀ ହମସଲାରେ ଓଭରଗ୍ରାଉଣ୍ଡ ଓ୍ବାକର୍ସ ଟ୍ରେଣ୍ଡ ଦେଖିବାକୁ ମିଳିଥିଲା। ଓଭରଗ୍ରାଉଣ୍ଡ ଓ୍ବାକର୍ସ ହେଉଛନ୍ତି ସେହି ଆତଙ୍କୀ ଓ ତାଙ୍କର ସମର୍ଥକ, ଯେଉଁମାନେ ସାଧାରଣ ଲୋକଙ୍କ ଭଳି ସମାନରେ ରୁହନ୍ତି। କିନ୍ତୁ ଏଭଳି ଲୋକ ଆତଙ୍କୀଙ୍କୁ ସାହାଯ୍ୟ କରିଥାନ୍ତି। ତାଙ୍କୁ ରହିବାକୁ ସ୍ଥାନ ଓ ଖାଦ୍ୟ ଦେଇଥାନ୍ତି। 

ଏନ୍ଆଇର ଯାଞ୍ଚାରେ ଜଣାପଡିଛି ଏଭଳି ୪ ଓଭରଗ୍ରାଉଣ୍ଡ ଓ୍ବାକର୍ସ ପହଲଗାମ୍‌ ସମେତ ୪ଟି ସ୍ଥାନରେ ଆକ୍ରମଣ ପାଇଁ ରେକି କରିଥିଲେ। ଏହି ରେକି ପରେ ଆତଙ୍କବାଦୀମାନେ ପହଲଗାମ୍ ବୈସରନ୍ ଘାଟିରେ ହମଲା କରିବାର ନିଷ୍ପତ୍ତି ନେଇଥିଲେ। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ମୋଟ ୨୦ ଓଭରଗ୍ରାଉଣ୍ଡ ଓ୍ବାକର୍ସଙ୍କ ଚିହ୍ନଟ କରାଯାଇଛି। ଏଥିରେ ବହୁ ଲୋକଙ୍କୁ ମଧ୍ୟ ଆରେଷ୍ଟ କରାଯାଇଛି। ଏପର୍ଯ୍ୟନ୍ତ ୧୮୬ ଜଣଙ୍କୁ କଷ୍ଟଡିରେ ନିଆଯାଇଛି ଓ ତାଙ୍କୁ ପଚରା ଉଚରା କରାଯାଉଛି। କାଶ୍ମୀରରେ ଦୀର୍ଘ ସମୟ ଧରି ଆତଙ୍କୀ ସଂଗଠନର ଏହି ରଣନୀତି ରହିଛି। ଏବେ ଆତଙ୍କୀ ସଂଗଠନର କେହି ଖୋଲାଖୋଲି ସାଥ୍ ଦେଉ ନାହାନ୍ତି। କିନ୍ତୁ କିଛି ଲୋକ ଟଙ୍କା ପାଇଁ ଆତଙ୍କୀଙ୍କ ସାଥ୍ ଦେଉଛନ୍ତି। ସେମାନଙ୍କୁ ଏବେ ଓଭରଗ୍ରାଉଣ୍ଡ ଓ୍ବାକର ନାଁ ଦିଆଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.