ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ପହଲଗାମ୍ ଆକ୍ରମଣ; ଧର୍ମ ପଚାରିଲେ, ପ୍ୟାଣ୍ଟ ଖୋଲି ଚେକ୍ କଲେ, ଗୁଳି କଲେ...

Published By : Ladu Kishor | April 23, 2025 5:03 PM

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମର ବେସାରନ ଅଞ୍ଚଳରେ ଗତକାଲି (ମଙ୍ଗଳବାର) ନରରାକ୍ଷସ ମାନେ ରକ୍ତର ହୋଲି ଖେଳିଯାଇଛନ୍ତି। ଯେଉଁଥି ପାଇଁ ସାରା ଦେଶ ଏବେ ଲୁହ ଝରାଉଛି। ଏଥିରେ ୨୬ ଜଣ ନୀରିହ ପର୍ଯ୍ୟଟକ ମୃତ୍ୟୁ ହୋଇଥିଲା। ଏହି ଆତଙ୍କବାଦୀ ଆକ୍ରମଣରେ ଶୈଳେଶ ହିମ୍ମତଭାଇ କାଲଥିଆ ନାମକ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି, ଯିଏକି ମୂଳତଃ ଗୁଜୁରାଟର ସୁରତର ବାସିନ୍ଦା । ଗତ ପାଞ୍ଚ ବର୍ଷ ଧରି ସେ ମୁମ୍ବାଇରେ ରହୁଥିଲେ ଏବଂ ଏକ ବ୍ୟାଙ୍କରେ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ । ଆଜି (ବୁଧବାର) ମୃତ ୪୪ ବର୍ଷୀୟ ଶୈଳେଶ ହିମ୍ମତଭାଇଙ୍କ ଜନ୍ମଦିନ ଥିଲା। ହେଲେ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ସେ ଆତଙ୍କବାଦୀଙ୍କ ଗୁଳିରେ ଆର ପାରିକୁ ଚାଲିଯାଇଛନ୍ତି।

ମୃତ ଶୈଳେଶ ତାଙ୍କ ବ୍ୟାଙ୍କ ଚାକିରିରେ ଟ୍ରାନ୍ସଫର ହେତୁ ସୁରଟ ବାହାରେ ରହିବା ଆରମ୍ଭ କରିଥିଲେ। ମୁମ୍ବାଇକୁ ଯିବା ପୂର୍ବରୁ ସେ ସୁରଟ ସହରର ଭାରାଚା ଅଞ୍ଚଳର ହିକିକୁଞ୍ଜ ସୋସାଇଟି, ଚିକୁଆଡିରେ ରହୁଥିଲେ। ତାଙ୍କ ପରିବାର ସଦସ୍ୟ ମାନେ ଏବେ ସୁରକ୍ଷିତ ଅଛନ୍ତି ଏବଂ ବର୍ତ୍ତମାନ ପ୍ରଶାସନିକ କାର୍ଯ୍ୟାଳୟରେ ଅଛନ୍ତି। ଏଥି ମଧ୍ୟରେ ଶୈଳେଶଙ୍କ ପତ୍ନୀ ଶୀତଲ, ଝିଅ ନୀତି, ପୁଅ ନକ୍ସ ଅଛନ୍ତି।

ଏହି ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଥିଲେ। ଏହି ଆକ୍ରମଣରେ ମହାରାଷ୍ଟ୍ରର ୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। କର୍ଣ୍ଣାଟକ ଏବଂ ଗୁଜରାଟର ତିନି ଜଣ ଲେଖାଏଁ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ପଶ୍ଚିମବଙ୍ଗର ୨ ଜଣ ଏବଂ ୟୁପିର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ବିହାର, ୟୁପି, ଜମ୍ମୁ-କାଶ୍ମୀର, ଓଡ଼ିଶା ଏବଂ ମଧ୍ୟପ୍ରଦେଶର ଜଣେ ଲେଖାଏଁ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ଏହି ସମୟରେ, ନେପାଳ ଏବଂ ୟୁଏଇର ଜଣେ ଲେଖାଏଁ ନାଗରିକଙ୍କ ମୃତ୍ୟୁ ହୋଇଛି । ଏଥି ସହ ଏହି ଆକ୍ରମଣରେ ଜଣେ ସ୍ଥାନୀୟ ନାଗରିକଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା।

ଲସ୍କର ସହିତ ଜଡିତ ଆତଙ୍କବାଦୀ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି। ଆତଙ୍କବାଦୀ ମାନେ ପ୍ରଥମେ ସେମାନଙ୍କ ନାମ, ଧର୍ମ ପଚାରିଲେ ଏବଂ ତା’ପରେ ପର୍ଯ୍ୟଟକ ମାନଙ୍କୁ ମୁସଲମାନ କି ନାହିଁ ତାହା ନିଶ୍ଚିତ କରିବା ପାଇଁ ସେମାନଙ୍କ ପ୍ୟାଣ୍ଟ କାଢ଼ି ପକାଇଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.