ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଆତଙ୍କୀଙ୍କ ଅନ୍ତିମ ଯାତ୍ରାରେ ଯୋଗଦେଲେ ପାକିସ୍ତାନୀ ସେନା ଅଧିକାରୀ, ଭାରତ ବିରୋଧରେ କଲେ ନାରାବାଜି

Published By : Harapriya Biswal | May 7, 2025 7:59 PM

ନୂଆଦିଲ୍ଲୀ,୭।୫: ପାକିସ୍ତାନୀ ଆତଙ୍କବାଦୀଙ୍କ ଉପରେ ଭାରତ ଯଦିଓ ଏୟାରଷ୍ଟ୍ରାଇକ୍ କରିଛି କିନ୍ତୁ ପାକ୍ ସେନା ମନାଉଛି ଶୋକ। ଭାରତ ବିରୋଧରେ ଆତଙ୍କବାଦୀଙ୍କୁ ବ୍ୟବହାର କରୁଥିବା ପାକିସ୍ତାନର  ପୁଣିଥରେ ବୁଧବାର ମୁଖା ଖୋଲିଛି। ପିଓକେରେ ନିହତ ଆତଙ୍କବାଦୀଙ୍କ ଅନ୍ତିମ ଯାତ୍ରାରେ ପାକିସ୍ତାନୀ ସେନା, ପୋଲିସ ଓ ଆଇଏସଆଇର ଅଫିସର ଏକାଠି ହୋଇଥଲେ। ଏହି ସମୟରେ ଭାରତ ବିରୋଧି ନାରାବାଜି ମଧ୍ୟ କରିଥିଲେ।

ଭାରତ ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେଇଛି। ମଙ୍ଗଳବାର ଅଧା ରାତିରେ ଆରମ୍ଭ କରିଥିଲା ‘ଅପରେସନ୍ ସିନ୍ଦୂର’। ୯ ଆତଙ୍କୀ ଆଡ୍ଡା ଉପରେ ହୋଇଥିଲା ମିସାଇଲ ବର୍ଷା।ଏହି ଆକ୍ରମଣରେ ପ୍ରାୟ ୧୦୦ରୁ ଅଧିକ ଆତଙ୍କୀଙ୍କ ମୃତ୍ୟୁ ହୋଇଛି। ଭାରତୀୟ ବାୟୁସେନାର ଫାଇଟର ବିମାନ ନିଜ ଏୟାରସ୍ପେସ୍‌ରେ ରହି ପାକିସ୍ତାନର ବହାଓ୍ବଲପୁର ଓ ମୁରିଦକେରେ ମଧ୍ୟ ମିସାଇଲ ମାଡ଼ କରିଥିଲା। 

ଏହି ମିସାଇଲକୁ ବହାଭଲପୁରରେ ଜୈଶ-ଇ-ମହମ୍ମଦ ଓ ମୁରିଦକେରେ ଥିବା ଲସ୍କର-ଇ-ତୋଇବାର ଆଡ୍ଡାକୁ ନଷ୍ଟ କରିବାକୁ ଗାଇଡ୍ କରାଯାଇଥିଲା। ଏୟାରଷ୍ଟ୍ରାଇକ୍‌ରେ ଲସ୍କର ଓ ଜୈଶର ଆଡ୍ଡା ମାଟିରେ ମିଶିଯାଇଛି। ଜୈଶର ମୁଖ୍ୟ ମାସୁଦ ଆଝାର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି।   ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ କବର ଆଗରେ ପାକ୍ ସେନା ଅଫିସର ମୁଣ୍ଡ ନୁଆଁଇ ଠିଆ ହୋଇଛନ୍ତି। ନ୍ୟୁଜ ଏଜେନ୍ସି ‘ଏପି’ ଏହାର କିଛି ଫଟୋ ଜାରି କରିଛି। ଏହାର କ୍ୟାପସନ୍‌ରେ ଲେଖିଛି ମୁରିଦକେରେ ହୋଇଥିବା ହମଲାରେ ମୃତ ଲୋକଙ୍କ ଅନ୍ତିମ ଯାତ୍ରାରେ ପାକିସ୍ତାନୀ ସୈନିକ ସାମିଲ ହୋଇଛନ୍ତି। ଉଲ୍ଲେଖନୀୟ ଯେ, ପାକିସ୍ତାନୀ ସେନା ଓ ଆତଙ୍କୀଙ୍କ ଭିତରେ ଖୁବ୍ ଘନିଷ୍ଠ ସମ୍ପର୍କ ରହିଛି। ଦୁହେଁ ପରସ୍ପରର ପରିପୂରକ। ଏଭଳି ସ୍ଥିତିରେ ଭାରତର ଏଭଳି ପ୍ରହାର ଦ୍ବାରା ସେନାକୁ କଷ୍ଟ ହେବା ଏକ ସ୍ବାଭାବିକ କଥା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.