ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପାକିସ୍ତାନରେ ଟ୍ରେନ ହାଇଜାକ୍, ୫୦୦ରୁ ଅଧିକ ଯାତ୍ରୀଙ୍କୁ ବନ୍ଧକ ରଖିଛନ୍ତି ଆତଙ୍କବାଦୀ, ଗୁଳିମାଡରେ ୬ ପାକ୍ ସୈନ୍ୟ ନିହତ…

Published By : Ladu Kishor | March 11, 2025 4:58 PM

ନୂଆଦିଲ୍ଲୀ: ପାକିସ୍ତାନରୁ ଏବେ ଏକ ବଡ଼ ଖବର ଆସୁଛି। ବାଲୁଚ୍ ଲିବରେସନ୍ ଆର୍ମି (BLA) ଏକ ଟ୍ରେନ୍ ଅପହରଣ କରିଛି । ଟ୍ରେନରେ ପାଖାପାଖି ୫ଶହରୁ ଅଧିକ ଯାତ୍ରୀ ଥିଲେ। ପାକିସ୍ତାନ ସେନାର କାର୍ଯ୍ୟାନୁଷ୍ଠାନର ପ୍ରତିବାଦରେ ବାଲୁଚ୍ ଲିବରେସନ ଆର୍ମି ଜାଫର ଏକ୍ସପ୍ରେସକୁ ଅପହରଣ କରିଛି।

ଆତଙ୍କବାଦୀ ମାନେ ରେଳ ଟ୍ରାକରେ ବିସ୍ଫୋରଣ କରି ଟ୍ରେନ୍‌କୁ ହାଇଜାକ୍ କରିଛନ୍ତି। ବନ୍ଧକଙ୍କ ମଧ୍ୟରେ ଅନେକ ପାକିସ୍ତାନୀ ସେନା ଅଧିକାରୀ ମଧ୍ୟ ସାମିଲ୍ ଅଛନ୍ତି। ସମସ୍ତ ଯାତ୍ରୀ ମାନଙ୍କୁ ବନ୍ଧକ ରଖାଯାଇଛି। ତେବେ ଆତଙ୍କବାଦୀ (BLA) ଏବଂ ପାକିସ୍ତାନୀ ସେନା ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୬ ରୁ ଅଧିକ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

କଚ୍ଛ (ବୋଲନ) ଜିଲ୍ଲାର ପିରୋକାନାରୀ ଅଞ୍ଚଳରେ ଏହି ଟ୍ରେନ୍ ଅପହରଣ ଘଟଣା ଘଟିଛି। ବର୍ତ୍ତମାନ ଟ୍ରେନ୍‌ଟି ଏକ ସୁଡ଼ଙ୍ଗ ଭିତରେ ଠିଆ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଯାତ୍ରୀବାହୀ ଟ୍ରେନ୍ ଟି କ୍ୱେଟାରୁ ପେଶାୱର ଅଭିମୂଖେ ଯାଉଥିଲା। ଏହି ସମୟରେ ପ୍ରଥମେ ରେଳ ଟ୍ରାକରେ ବିସ୍ଫୋରଣର ଶବ୍ଦ ଶୁଣାଗଲା ଏବଂ ତା'ପରେ ଟ୍ରେନ ଉପରେ ଗୁଳିମାଡ ଆରମ୍ଭ ହୋଇଗଲା। ଏହା ପରେ, ଟ୍ରେନରେ ଉପସ୍ଥିତ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା।

ରେଳବାଇ ଅଧିକାରୀ ମାନେ କହିଛନ୍ତି ଯେ ଜାଫର ଏକ୍ସପ୍ରେସରେ ୯ଟି କୋଚ୍ ଅଛି। ଟ୍ରେନରେ ପାଖାପାଖି ୫ଶହରୁ ଅଧିକ ଯାତ୍ରୀ ଅଛନ୍ତି। ଆଜି ସକାଳ ୯ଟାରେ ଟ୍ରେନଟି କ୍ୱେଟାରୁ ଛାଡିଥିଲା। ଘଟଣାସ୍ଥଳକୁ ଆମ୍ବୁଲାନ୍ସ ପଠାଯାଇଛି। ସିବି ହସ୍ପିଟାଲରେ ମଧ୍ୟ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.