ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଭୂକମ୍ପ ଝଟକାରେ ଥରିଲା ପାକିସ୍ତାନ, ଭୟରେ ଘରୁ ବାହାରି ଆସିଲେ ଲୋକେ: ଭାରତରେ ମଧ୍ୟ ଅନୁଭୂତ

Published By : Anindita Ratha | April 12, 2025 3:12 PM

ଇସଲାମାବାଦ,୧୨।୪: ପାକିସ୍ତାନରେ ଭୂମିକମ୍ପ। ଶନିବାର ଆସିଥିବା ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରାଜଧାନୀ ଇସଲାମାବାଦ ନିକଟବର୍ତ୍ତୀ ରାୱଲପିଣ୍ଡିରେ ଥିଲା। ଭୂମିକମ୍ପ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ସେମାନେ ଘରୁ ବାହାରକୁ ଚାଲି ଆସିଥିଲେ। ଭୂକମ୍ପରେ ଧନ- ଜୀବନ କ୍ଷତି ସମ୍ପର୍କରେ ପାକିସ୍ତାନ ସରକାର ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହାଁନ୍ତି।

ପାକିସ୍ତାନୀ ୱେବସାଇଟ୍ ଜିଓ ଟିଭିର ରିପୋର୍ଟ ଅନୁଯାୟୀ, ଶନିବାର ମଧ୍ୟାହ୍ନରେ ପାକିସ୍ତାନର ରାଜଧାନୀ ଇସଲାମାବାଦ, ରାୱଲପିଣ୍ଡି, ଅଟକ୍, ଚକୱାଲ ଏବଂ ପଞ୍ଜାବର ଅନ୍ୟାନ୍ୟ ସହରରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ପଞ୍ଜାବ ବ୍ୟତୀତ ଖାଇବର ପଖତୁନଖ୍ୱାର ପେଶାୱର, ମର୍ଦାନ, ମହମ୍ମଦ ଏବଂ ଶବକଦରରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଇସଲାମାବାଦ-ସ୍ଥିତ ଜାତୀୟ ଭୂକମ୍ପ ମନିଟରିଂ ସେଣ୍ଟର ଅନୁଯାୟୀ, ଭୂମିକମ୍ପ ମଧ୍ୟାହ୍ନ୧୨:୩୧ ମିନିଟ୍‌ରେ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୫.୫ ଏବଂ ଗଭୀରତା ୧୨ କିଲୋମିଟର ଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ରାୱଲପିଣ୍ଡିରୁ ୬୦ କିଲୋମିଟର ଉତ୍ତର-ପଶ୍ଚିମରେ ଥିଲା। ରିକ୍ଟର ସ୍କେଲରେ ୫.୮ ତୀବ୍ରତାର ଭୂମିକମ୍ପକୁ ମଧ୍ୟମ ଧରଣର ବୋଲି ବିବେଚନା କରାଯାଏ।  କୁହାଯାଉଛି ଯେ ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖାଯାଇଥିଲା।  

ଶନିବାର ଆଫଗାନିସ୍ତାନ-ତାଜିକିସ୍ତାନ ସୀମାନ୍ତ ଅଞ୍ଚଳରେ ମଧ୍ୟ ୪.୩ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା ବୋଲି NSMC କହିଛି। ଆଫଗାନିସ୍ତାନ-ତାଜିକିସ୍ତାନ ସୀମାନ୍ତ ଅଞ୍ଚଳରେ ସକାଳ ୧୧:୫୪ ମିନିଟରେ ହୋଇଥିବା ଭୂମିକମ୍ପର କେନ୍ଦ୍ରସ୍ଥଳ ୮୮ କିଲୋମିଟର ଗଭୀରତାରେ ଥିଲା। ଡନ୍ ଅନୁସାରେ, କେପିର କିଛି ଅଂଶରେ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯେଉଁଥିରେ ଶାଙ୍ଗଲା, ସ୍ୱାତ, ମର୍ଦାନ, ଆବୋଟାବାଦ, ହରିପୁର, ମାନସେହରା ଏବଂ କୋହିସ୍ତାନ ଅନ୍ତର୍ଭୁକ୍ତ। ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ତୁରନ୍ତ କୌଣସି ରିପୋର୍ଟ ନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.