ପ୍ରମୂଖ ଖବର
  • ଭୁବନେଶ୍ବର : ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ
  • ||
  • ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ, ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ
  • ||
  • ଭୁବନେଶ୍ଵର : ଦୂର ହେଲା ମାତୃତ୍ୱ ଛୁଟି ଦ୍ଵନ୍ଦ୍ଵ, ପ୍ରସବ ତାରିଖର ୩ ମାସ ପୂର୍ବରୁ କିମ୍ଵା ପ୍ରସବର ୬ ମାସ ମଧ୍ୟରେ ମିଳିବ ୧୮୦ ଦିନର ଛୁଟି
  • ||
  • କଟକ : ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ; ୨ ଗୁରୁତର
  • ||
  • ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ; ୪ ଶିଶୁ ମୃତ, ୩୮ ଆହତ
  • ||
  • ସୁନ୍ଦରଗଡ଼ : କଲେଜ୍ ବ୍ରିଜ୍‌କୁ ଦୁର୍ବଳ ଘୋଷଣା ପରେବି ଅବାଧରେ ଯାତାୟାତ କରୁଛି ଭାରୀ ଯାନ, କାର୍ଯ୍ୟାନୁଷ୍ଠାନ ନନେଲେ ଭୁଶୁଡ଼ିବ ପୋଲ
  • ||
  • ସୁନ୍ଦରଗଡ଼ : କୋଏଲ ନଦୀରେ ବୁଡ଼ି ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଝାରସୁଗୁଡା : ବାର୍‌ହା ଆକ୍ରମଣରେ ମାଆ ଓ ପୁଅ ଗୁରୁତର, ଡାକ୍ତଖାନାରେ ଭର୍ତ୍ତି
  • ||
  • ଜୁନ୍‌ ୨୩ରେ ପଞ୍ଚାୟତ ଉପନିର୍ବାଚନ; ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ହେବ ଭୋଟ୍‌, ୨୪ରେ ଫଳାଫଳ
  • ||
  • International Tea Day: ଦିନ ଆରମ୍ଭ ହୁଏ ସଞ୍ଜ ବି ସରେ ତାରି ପାଖରେ, କର୍ମକ୍ଲାନ୍ତ ଜୀବନରେ ସେ ତାଜାପଣ ଆଣେ...
  • ||
  • କନ୍ଧମାଳ : ତହସିଲ ଅଫିସରେ ଲାଞ୍ଚ ନେଉଥିଲେ କିରାଣୀ, ଭିଡିଓ ଭାଇରାଲ...
  • ||
  • ଭୁବନେଶ୍ଵର : ବୁଧବାର ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ, ସିଏଚ୍‌ଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ : ଉପକୂଳ ଓ ପଶ୍ଚିମ ଓଡ଼ିଶାରୁ ଖସୁନି ତାତି, ୫ ଦିନରେ କେରଳ ଛୁଇଁପାରେ ମୌସୁମୀ
  • ||
  • ମୟୂରଭଞ୍ଜ : ଚୋରି ବଳଦ ସହ ଗାଡ଼ି ଜବତ, ଡ୍ରାଇଭର ଏବଂ ସହଯୋଗୀ ଫେରାର
  • ||
  • ବଲାଙ୍ଗୀର : ମୋବାଇଲ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ
  • ||

ପାକିସ୍ତାନରେ ପାଣି ପାଇଁ ହାହାକାର; ସିନ୍ଧରେ ଗୃହମନ୍ତ୍ରୀଙ୍କ ଘର ଜାଳିଲେ, ବନ୍ଧୁକ ଧରି ଲୋକଙ୍କ ପ୍ରଦର୍ଶନ

Published By : Prameya | May 21, 2025 2:50 PM

ନୂଆଦିଲ୍ଲୀ,୨୧/୦୫: ଯେତେ ବାହାସ୍ଫୋଟ ମାରିଲେ ମଧ୍ୟ ପାକିସ୍ତାନର ଘୃଣ୍ୟ କର୍ମ ତାକୁ ହିଁ ନିଜ ମାଟିରେ ପରିଣତି ଭୋଗିବାକୁ ବାଧ୍ୟ କରୁଛି। ପୁଣିଥରେ ପାକିସ୍ତାନର ପରିସ୍ଥିତି ଖରାପ ହେବାକୁ ବସିଛି। ଦେଶରେ ପାଣିକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି। ପାଣିକୁ ନେଇ ସିନ୍ଧ ଏବଂ ପଞ୍ଜାବ ମଧ୍ୟରେ ବିବାଦ ଚାଲିଛି। ଏହି ମାମଲା ଏତେ ବଢ଼ିଗଲା ଯେ ଲୋକମାନେ ପ୍ରତିବାଦ କରିବାକୁ ରାସ୍ତାକୁ ଓହ୍ଲାଇ ଆସିଛନ୍ତି। ସିନ୍ଧ ପ୍ରଦେଶର ଗୃହମନ୍ତ୍ରୀ ଜିଆଉଲ ହାସନ ଲଞ୍ଜାରଙ୍କ ଘର ଉପରେ ବିକ୍ଷୋଭକାରୀମାନେ ଆକ୍ରମଣ କରି ନିଆଁ ଲଗାଇଦେଇଛନ୍ତି।

ଜଳ ବଣ୍ଟନକୁ ନେଇ ପଞ୍ଜାବ ଏବଂ ସିନ୍ଧ ମଧ୍ୟରେ ବିବାଦ ଚାଲିଛି। ଏହି ପ୍ରସଙ୍ଗକୁ ନେଇ ହିଂସା ଏକ ଶୀର୍ଷରେ। ଅନିୟନ୍ତ୍ରିତ ଭିଡ଼ ଗୃହମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ କରିଛନ୍ତି। ଗୃହମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ କରିଥିବା ପ୍ରଦର୍ଶନକାରୀମାନେ ବନ୍ଧୁକ ଧରି ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସମଗ୍ର ଅଞ୍ଚଳରେ ଉତ୍ତେଜନାର ବାତାବରଣ ରହିଛି। ଗରମ ବଢ଼ିବା ସହିତ ପାଣି ସମସ୍ୟା ପାକିସ୍ତାନକୁ କୁକର୍ମର ପରିଣତି ଭୋଗିବାକୁ ବାଧ୍ୟ କରୁଛି। ପାଣିକୁ ନେଇ ଚାଲିଥିବା ବିବାଦ ଏବେ ବହୁତ ବଢ଼ିଯାଇଛି।

'ଦି ଟ୍ରିବ୍ୟୁନ୍ ଏକ୍ସପ୍ରେସ୍'ର ଏକ ରିପୋର୍ଟ ଅନୁଯାୟୀ, ନୌସାହରୋ ଫିରୋଜ ଜିଲ୍ଲାର ମୋରୋ ତାଲୁକାରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଏକ ଭୟଙ୍କର ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି। ଏଥିରେ ଅତି କମରେ ଦୁଇ ଜଣ ପ୍ରତିବାଦକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ପ୍ରତିବାଦ ଛଅଟି କେନାଲ ଏବଂ କର୍ପୋରେଟ୍ ଫାର୍ମିଂ ପ୍ରକଳ୍ପ ବିରୋଧରେ ଡାକରା ଦିଆଯାଇଥିଲା। ରିପୋର୍ଟ ଅନୁଯାୟୀ, ଜାତୀୟ ରାଜପଥରେ ବିକ୍ଷୋଭକାରୀମାନଙ୍କୁ ଧାରଣାରୁ ହଟାଇବା ପାଇଁ ପୋଲିସ ବଳ ପ୍ରୟୋଗ କରିଥିଲା।

ଉତ୍ୟକ୍ତ ପ୍ରଦର୍ଶନକାରୀମାନେ ସିନ୍ଧ ଗୃହମନ୍ତ୍ରୀ ଜିଆଉଲ ହାସନ ଲଞ୍ଜାରଙ୍କ ଘରେ ଭଙ୍ଗାରୁଜା କରିଥିଲେ ଏବଂ ଆସବାବପତ୍ର ପୋଡ଼ି ଦେଇଥିଲେ। ଯେତେବେଳେ ଗୃହମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀମାନେ ପହଞ୍ଚିଲେ, ପ୍ରଦର୍ଶନକାରୀମାନେ ସେମାନଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ଏହା ଦେଖି ସୁରକ୍ଷାକର୍ମୀମାନେ ଫାଙ୍କା ଗୁଳି ଚାଳନା କରିଥିଲେ। ଉତ୍ୟକ୍ତ ଲୋକେ ରାଜପଥରେ ଟ୍ରକଗୁଡ଼ିକୁ ମଧ୍ୟ ପୋଡ଼ି ଦେଇଥିଲେ। ଏହି ସମ୍ପୂର୍ଣ୍ଣ ଘଟଣା ଯୋଗୁଁ ଅଞ୍ଚଳରେ ଆତଙ୍କର ବାତାବରଣ ରହିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.