ନୂଆଦିଲ୍ଲୀ – ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ହସ୍ପିଟାଲରେ ପାକିସ୍ତାନର ବିମାନ ଆକ୍ରମଣକୁ କଂଗ୍ରେସ ନିନ୍ଦା କରିଛି ଏବଂ ମଙ୍ଗଳବାର ଦିନ କହିଛି ଯେ, ଏହିପରି ବର୍ବରତାକୁ ବିଶ୍ୱସ୍ତରରେ ଦୃଢତାର ସହ ଖାରଜ କରାଯିବା ଉଚିତ୍। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, କଂଗ୍ରେସ ଆଫଗାନିସ୍ତାନର ସେହି ପରିବାର ପ୍ରତି ସମ୍ୱେଦନା ପ୍ରକଟ କରୁଛି ,ଯିଏକି ନିଜର ପ୍ରିୟଜନଙ୍କୁ ହରାଇଛନ୍ତି।

ସେ ଏକ୍ସରେ ନିଜର ପୋଷ୍ଟରେ କହିଛନ୍ତି – ଆମେ କାବୁଲରେ ଏକ ହସ୍ପିଟାଲରେ ପାକିସ୍ତାନ ଦ୍ୱାରା କରାଯାଇ ଥିବା ବିମାନ ଆକ୍ରମଣ ପରେ ଧନଜୀବନର ଭୟଙ୍କର କ୍ଷୟକ୍ଷତିରେ ବହୁତ ବ୍ୟଥିତ। ଏଥିରେ ପ୍ରାୟ ୪୦୦ ଲୋକଙ୍କ ମୃତ୍ୟୁ ହୋଇଛି। କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି , ଆମେ ମାନବତା ବିରୁଦ୍ଧରେ ଏମିତି କାର୍ଯ୍ୟର କଡ଼ା ଶବ୍ଦରେ ନିନ୍ଦା କରୁଛୁ।ଏହିପରି ବର୍ବରତାକୁ ବିଶ୍ୱ ସ୍ତରରେ ଦୃଢତାର ସହ ଖଣ୍ଡନ କରାଯିବା ଉଚିତ୍ ଏବଂ ଭାରତକୁ ଖୋଲାଖୋଲି ଆଫଗାନିସ୍ତାନର ସମର୍ଥନ କରିବା ଉଚିତ୍।

ସେ କହିଛନ୍ତି ଭାରତ , ଆଫଗାନିସ୍ତାନର ଲୋକଙ୍କ ସହ ଦୀର୍ଘ ଦିନରୁ ବନ୍ଧିତା ଓ ସଦଭାବନାର ସଂପର୍କ ସୃଷ୍ଟି କରିଛି। ଏହି କଠିନ ସମୟରେ , ଆମେ ନିଜର ଆଫଗାନ ପଡୋଶୀଙ୍କ ସହ ସହାନୁଭୂତି ପ୍ରକାଶ କରୁଛୁ ଏବଂ ତାଙ୍କ ରାଷ୍ଟ୍ର ପାଇଁ ଶାନ୍ତି ଓ ସ୍ଥିରତାର କାମନା କରୁଛୁ। କାବୁଲରେ ଏକ ହସ୍ପିଟାଲରେ ପାକିସ୍ତାନୀ ବିମାନ ଆକ୍ରମଣରେ ୪୦୦ ଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଆଫଗାନିସ୍ତାନର ସରକାରୀ ଉପମୁଖପାତ୍ର ମଙ୍ଗଳବାର ସକାଳେ ଏହ ସୂଚନା ଦେଇଛନ୍ତି।

ପାକିସ୍ତାନ ଯେଉଁ ହସ୍ପିଟାଲରେ ଆକ୍ରମଣ କରିଛି, ସେଠାରେ ଡ୍ରଗ୍ ଆଡିକ୍ଟେଡ୍ ଲୋକଙ୍କ ଚିକିତ୍ସା କରାଯାଉ ଥିଲା। ଆଫଗାନ ସରକାରର ଉପ ମୁଖପାତ୍ର ହମଦୁଲ୍ଲାହ ଫିତରତ ଏକ୍ସରେ ଏକ ପୋଷ୍ଟରେ କହିଥିଲେ , ସୋମବାର ରାତିରେ ହୋଇଥିବା ଆକ୍ରମଣରେ ହସ୍ପିଟାଲର ବଡ଼ ଭାଗ ଧ୍ୱଂସ ହୋଇ ଯାଇଛି। ଆକ୍ରମଣରେ ୪୦୦ ଜଣଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୦ ଜଣ ଲୋକ ଆହତ ହୋଇଛନ୍ତି।