ନୂଆଦିଲ୍ଲୀ,୨୨/୧୧; ଦିଲ୍ଲୀ କ୍ରାଇମବ୍ରାଞ୍ଚ ପାକିସ୍ତାନର ISI ସହିତ ଜଡିତ ଏକ ବଡ଼ ଆନ୍ତର୍ଜାତୀୟ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ରାକେଟ୍ର ପର୍ଦ୍ଦାଫାସ୍ କରିଛି। ପୁଲିସର ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗ ପାକିସ୍ତାନ ଦେଇ ଭାରତକୁ ତୁର୍କୀ ଏବଂ ଚୀନରେ ତିଆରି ବନ୍ଧୁକ ଯୋଗାଣ କରୁଥିଲା । ଏହି ମାମଲାରେ ଗ୍ୟାଙ୍ଗର ୪ ଜଣ ପ୍ରମୁଖ ସଦସ୍ୟଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଜ । ଆଇଏସଆଇ ଇସାରାରେ ସେମାନେ କାମ କରୁଥିଲେ । ସେମାନଙ୍କ ପାଖରୁ ୧୦ଟି ମହଙ୍ଗା ବିଦେଶୀ ପିସ୍ତଲ ଏବଂ ୯୨ଟି ଅଫୁଟା କାଟ୍ରିସ୍ ଜବତ ହୋଇଛି । ଏହି ଅସ୍ତ୍ରଶସ୍ତ୍ର ଦିଲ୍ଲୀ ଏବଂ ଆଖପାଖ ରାଜ୍ୟର ଅପରାଧୀ ଏବଂ ଗ୍ୟାଙ୍ଗଷ୍ଟରମାନଙ୍କୁ ଯୋଗାଣ କରାଯାଉଥିଲା । ଗିରଫ ଅଭିଯୁକ୍ତ ପଞ୍ଜାବ ଏବଂ ୟୁପିର ହୋଇଥିବା ଜଣାପଡିଛି ।
କ'ଣ କ'ଣ ଜବତ ହେଲା- ଦିଲ୍ଲୀ ପୁଲିସ୍ କ୍ରାଇମବ୍ରାଞ୍ଚ ଏହି ମାମଲାରେ ଇଣ୍ଟରନ୍ୟାସନାଲ ବନ୍ଧୁକ ତସ୍କରୀର ୪ଜଣଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ ୧୦ଟି ବିଦେଶୀ ବନ୍ଧୁକ, ୯୨ଟି ଅଫୁଟା କାଟ୍ରିଜ ଜବତ ହୋଇଛି । ପୁଲିସ ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗ ପାକିସ୍ତାନ ଦେଇ ଭାରତକୁ ତୁର୍କୀ ଏବଂ ଚୀନରେ ତିଆରି ପିସ୍ତଲ ଯୋଗାଣ କରୁଥିଲା । ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକର ସପ୍ଲାଏ ଏବଂ ଅପରାଧରେ ବ୍ୟବହାର ହେବା ପୂର୍ବରୁ କ୍ରାଇମବ୍ରାଞ୍ଚ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି ।
ISI ଇସାରାରେ କେମିତି ଚାଲିଥିଲା ତସ୍କରୀ ? ଦିଲ୍ଲୀ ପୁଲିସ କ୍ରାଇମବ୍ରାଞ୍ଚ କହିଛି ଯେ, ଏହି ସମ୍ପୂର୍ଣ୍ଣ ନେଟୱାର୍କ ପାକିସ୍ତାନୀ ISI ସହିତ ଜଡିତ ବ୍ୟକ୍ତିମାନଙ୍କ ନିର୍ଦ୍ଦେଶରେ ପରିଚାଳିତ ହେଉଥିଲା । ପ୍ରଥମେ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପରିବହନ କରାଯାଉଥିଲା, ତାପରେ ସେଠାରୁ ଭାରତକୁ ଚୋରା ଚାଲାଣ ହେଉଥିଲା। ଏପର୍ଯ୍ୟନ୍ତ ଭାରତରେ କେତେ ଅସ୍ତ୍ରଶସ୍ତ୍ର ବିକ୍ରି କରିଛନ୍ତି ଏବଂ କେଉଁ ଗ୍ୟାଙ୍ଗ କିମ୍ବା ବ୍ୟକ୍ତି ଏହି ଅସ୍ତ୍ରଶସ୍ତ୍ର ପାଇଛନ୍ତି। ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଏବଂ ମୋବାଇଲ୍ ଫୋନ୍, ବ୍ୟାଙ୍କ ବିବରଣୀ,ସୋସିଆଲ ମିଡିଆ ବ୍ୟବହାର କରି ସେମାନଙ୍କ ଲିଙ୍କ୍ ବିଷୟରେ ତଦନ୍ତ କରୁଛନ୍ତି ।